Posted inଖେଳ

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ଓଡ଼ିଶାକୁ ୧୩ ପଦକ

ଭୁବନେଶ୍ୱର, ୩।୩(କ୍ରୀଡ଼ା ପ୍ରତିନିଧି)-
ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣ ଭୁବନେଶ୍ୱର ଓ କଟକରେ ସଫଳତାର ସହ ସମ୍ପନ୍ନ ହୋଇଛି। ଦେଶର ୧୫୯ଟି ବିଶ୍ୱବିଦ୍ୟାଳୟର ୩୪୦୦ ଆଥଲେଟ ଏଥିରେ ଅଂଶଗ୍ରହଣ କରିଥିଲେ। ୨୦୬ଟି ସ୍ବର୍ଣ୍ଣ, ୨୦୬ଟି ରୌପ୍ୟ ଓ ୨୮୬ଟି ବ୍ରୋଞ୍ଜ୍‌ ପଦକ ପାଇଁ ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଏଠାକାର ଭିତ୍ତିଭୂମୀରେ ଶତମୁଖ ହୋଇଛନ୍ତି ରାଜ୍ୟ ବାହାରର ଖେଳାଳି ଓ ଅଫିସିଆଲ। ମାତ୍ର ଓଡ଼ିଶା ପ୍ରତିଯୋଗୀଙ୍କ ସଫଳତାକୁ ଦେଖିଲେ ନିରାଶ ହେବାକୁ ପଡ଼େ। ପ୍ରତିଯୋଗିତାରେ ଓଡ଼ିଶା ମୋଟ ୧୩ଟି ପଦକ ହାସଲ କରିଛି। ଏଥିରେ ରାଜ୍ୟର ୪ଟି ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ କିଟ୍‌ ୪ ସ୍ବର୍ଣ୍ଣ, ୧ ରୌପ୍ୟ, ୨ ବ୍ରୋଞ୍ଜ ସହ ମୋଟ ୭ ପଦକ ପାଇଥିବାବେଳେ ବ୍ରହ୍ମପୁର ୧ ସ୍ବର୍ଣ୍ଣ, ୧ ରୌପ୍ୟ, ୧ ବ୍ରୋଞ୍ଜ ସହ ୩, ସମ୍ବଲପୁର ୧ ସ୍ବର୍ଣ୍ଣ, ୧ ରୌପ୍ୟ ସହିତ ୨ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ଗୋଟିଏ ବ୍ରୋଞ୍ଜ ପଦକ ପାଇବାକୁ ସକ୍ଷମ ହୋଇଥିଲା। ଦେଖିବାକୁ ଗଲେ ପଏଣ୍ଟ ଟେବୁଲର ପ୍ରଥମ ତିନିସ୍ଥାନ ଅଧିକାର କରିଥିବା ପଞ୍ଜାବ ବିଶ୍ୱବିଦ୍ୟାଳୟ ୧୭-୧୯-୧୦, ସାବିତ୍ରୀ ଫୁଲେ ପୁଣେ ବିଶ୍ୱବିଦ୍ୟାଳୟ ୧୭-୧୧-୯ ଏବଂ ପଞ୍ଜାବୀ ବିଶ୍ୱବିଦ୍ୟାଳୟ ୧୩-୦୬-୧୪ ତୁଳନାରେ ଆମେ ବହୁ ପଛରେ। ତେବେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ଭଳି ଏଠାରେ ମଧ୍ୟ କେତେକ ପ୍ରତିଭା ସମ୍ପନ୍ନ ଖେଳାଳି ଜାତୀୟ ଚୟନକର୍ତ୍ତାଙ୍କ ନଜରକୁ ଆସି ପାରିଛନ୍ତି।
ଓଡ଼ିଶାକୁ ମିଳିଥିବା ୧୩ ପଦକ ମଧ୍ୟରୁ ସବୁଠାରୁ ଅଧିକ ସଫଳତା ପାଇଥିଲେ ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ତଥା ଜାତୀୟ ରେକର୍ଡଧାରିଣୀ ଦୂତୀ ଚାନ୍ଦ। ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ୧୦୦ ମିଟରରେ ସ୍ବର୍ଣ୍ଣ ପଦକ ପାଇ ସାରିଥିବା ଦୂତୀଙ୍କ ପାଇଁ ଏହି ପ୍ରତିଯୋଗିତା ବିଶେଷ କଷ୍ଟକର ନ ଥିଲା। ତେବେ ଘରୋଇ ପରିବେଶରେ ଦକ୍ଷତା ଦେଖାଇ ସେ ମହିଳା ୧୦୦ ଓ ୨୦୦ ମିଟରରେ ସ୍ବର୍ଣ୍ଣ ପଦକ ଜିତିବା ସହ ରାଜ୍ୟ ଏବଂ ନିଜ ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ସ୍ବର୍ଣ୍ଣ ପଦକ ପ୍ରସଙ୍ଗ ଉଠିଲେ ଦୂତୀଙ୍କୁ ଛାଡ଼ିଦେଲେ କିଟ୍‌ ପାଇଁ ମହିଳା ରଗ୍‌ବୀ ଏବଂ ପୁରୁଷ ରିକର୍ଭ ତୀରନ୍ଦାଜୀ ଦଳ ସ୍ବର୍ଣ୍ଣିମ ସଫଲତା ପାଇଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ୱ କରି ଏହି ସଫଳତା ପାଇଛନ୍ତି ମନୀଷା ମେରେଲ। ସେ ମହିଳା ଲଙ୍ଗଜମ୍ପରେ ଆଗକୁ ବଢ଼ିବାର ଅନେକ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ବ୍ରହ୍ମପୁରର ମନୋଜ କୁମାର ସାହୁ ଭାରୋତ୍ତୋଳନରେ ସୁନା ସାଉଁଟିଛନ୍ତି।
ବ୍ୟକ୍ତିଗତ ପ୍ରଦର୍ଶନକୁ ଦେଖିଲେ ଦୂତୀଙ୍କ ବ୍ୟତୀତ କେବଳ ମନୀଷା ଓ ମନୋଜ ସ୍ବର୍ଣ୍ଣ ପଦକର ସ୍ବାଦ ଚାଖିଛନ୍ତି। ମନୋଜ ପୁରୁଷ ୭୩ କେଜି ଇଭେଣ୍ଟରେ ମୋଟ ୨୬୭ କେଜି ଭାରୋତ୍ତୋଳନ କରି ପ୍ରଥମସ୍ଥାନ ଅଧିକାର କରିଥିଲେ। ସେ ସ୍ନାଚ୍‌ରେ ୧୧୫ ଓ କ୍ଲିନ ଆଣ୍ଡ ଜର୍କରେ ୧୫୨ କେଜି ଭାର ଉଠାଇଥିଲେ। ରୌପ୍ୟ ପଦକ ତାଲିକାରେ ଅଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଭାରୋତ୍ତୋଳିକା ପ୍ରମିଳା କିର୍ସାନୀ, କିଟ୍‌ ତୀରନ୍ଦାଜ ରଞ୍ଜିତ ନାୟକ ଓ ସମ୍ବଲପୁର ମହିଳା ହକି ଦଳ। ସେହିପରି କିଟ୍‌ ବିଶ୍ୱବିଦ୍ୟାଳୟ ପୁରୁଷ ରଗ୍‌ବୀ ଦଳ, ଭାରୋତ୍ତୋଳକ କୁମ୍ଭେଶ୍ୱର ମଲିକ, ବ୍ରହ୍ମପୁର ଭାରୋତ୍ତୋଳିକା ବନିତା ଘଡ଼େଇ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ୨୦୦ ମିଟର ଧାବିକା ଦୀପାଳି ମହାପାତ୍ର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏବେ ପ୍ରତିଭା ମାନଙ୍କୁ ଉପଯୁକ୍ତ ତାଲିମ ଦେଇ ଭବିଷ୍ୟତ ପାଇଁ ଗଢ଼ିବାର ସମୟ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri