ଖୁସି ଖବର: ୨୪ଘଣ୍ଟାରେ ନୂଆ ସଂକ୍ରମିତଙ୍କ ସଂଖ୍ୟାର ଦେଢ଼ଗୁଣା ସୁସ୍ଥ ହୋଇ ଫେରିଲେ ଘରକୁ

ନୂଆଦିଲ୍ଲୀ,୩୦।୫: ଭାରତରେ ପ୍ରତି ଦିନ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିବାରେ ଏକ ଖୁସି ଖବର ମିଳିଛି। ପ୍ରଥମ ଥର ପାଇଁ ଗତ ୨୪ ଘଣ୍ଟାରେ ନୂଆ ସଂକ୍ରମିତଙ୍କ ସଂଖ୍ୟାର ଦେଢ଼ଗୁଣା ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୮ ହଜାର ୧୦୧ ନୂଆ ସଂକ୍ରମିତଙ୍କ ଚିହ୍ନଟ କରାଯାଇଥିବାବେଳେ ଏହି ସମୟ ମଧ୍ୟରେ ୧୧ ହଜାର ୭୨୯ ସୁସ୍ଥ ହୋଇଛନ୍ତି। ସେହିପରି ଏହି ସମୟରେ ମଧ୍ୟରେ ୨୬୯ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ୨୩ ମେରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୬,୬୬୫ ଥିଲା। ସେହିପରି ମେ ୨୪ରେ ଏହା ୭,୧୧୧ ଏବଂ ମେ ୨୭ରେ ୭,୨୭୧ ଥିଲା। ୨୮ମେ ରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୭,୨୫୮ ଥିବାବେଳେ ୨୯ ମେରେ ଏହା ୮, ୧୦୧ ଛୁଇଁଛି।

Share