ଖୁସି ଅନ୍ତରାଳେ..

ବେଳେ ବେଳେ ମଣିଷ ଯାହା ଭାବୁଥାଏ ତାହା ସତରେ ପରିଣତ ହୁଏ। ସେଗୁଡ଼ିକ ମଧ୍ୟରୁ କେତେକରେ ସୁଖ ଅନୁଭୂତି ଥାଏ ତ କେତେକ ମନକୁ ଦୁଃଖରେ ଭାରାକ୍ରାନ୍ତ କରିଦିଏ। ହେଲେ ବେଶ୍‌ କିଛିଦିନ ଧରି ଦିଶା ପଟାନି ଯାହା ମନେ ମନେ ଭାବୁଥିଲେ ତାହା ସତରେ ପରିଣତ ହୋଇଛି ଆଉ ତା’ପରେ ତାଙ୍କର ଖୁସି କହିଲେ ନ ସରେ। କଥା କ’ଣ କି ଜନ୍‌ ଆବ୍ରାହମ୍‌ଙ୍କୁ ନେଇ ପ୍ରସ୍ତୁତ ହେବାକୁ ଯାଉଥିବା ‘ଏକ ଭିଲେନ୍‌-୨’ର ଫିମେଲ୍‌ ଲିଡ୍‌ରେ ଅଭିନୟ କରିବାକୁ ସେ ଚୁକ୍ତିବଦ୍ଧ ହୋଇଛନ୍ତି। ସାଇନ୍‌ ପରେ ଦିଶା ନିଜ ମନ କଥା କହିବାକୁ ପଛାଇ ନ ଥିଲେ। ‘ଏହି ଫିଲ୍ମରେ ଆକ୍ଟିଂ କରିବାକୁ ମୁଁ ଆଶା ରଖିଥିଲି, ଯାହା ଏବେ ପୂରଣ ହୋଇଛି। ଏ ନେଇ ଜନ୍‌ଙ୍କୁ ଯେତେ ଧନ୍ୟବାଦ ଦେବି ତାହା ସେତେ କମ୍‌ ହେବ ବୋଲି କହିଛନ୍ତି ଦିଶା।’ ଏହି ଫିଲ୍ମରେ ଆଦିତ୍ୟ ରୟ କପୁର ଏବଂ ତାରା ସୁଟାରିଆ ମଧ୍ୟ ଅଭିନୟ କରୁଛନ୍ତି।

Share