ଖୁସି ଅନ୍ତରାଳେ

କ୍ରିତି ସାନନଙ୍କ ଖୁସି କହିଲେ ନ ସରେ। କାରଣ ଦୀର୍ଘ ଦିନର ସ୍ବପ୍ନ ତାଙ୍କର ସାକାର ହୋଇଛି। ଯେତେବେଳେ ତାଙ୍କୁ ଏହି ଅଫର ମିଳିଲା ସେତେବେଳେ ତାହାକୁ ସେ ବିଶ୍ୱାସ କରିପାରି ନ ଥିଲେ। ସେ ଏଥିରେ ଏପରି ହଜି ଯାଇଥିଲେ ଯେ ବାସ୍ତବ ଦୁନିଆକୁ ଆସିବାକୁ କିଛି ସମୟ ଲାଗିଥିଲା। ହେଲେ ତାଙ୍କର ଏପରି ଖୁସି ପଛରେ କି କାରଣ ରହିଛି ଜାଣନ୍ତି? ବଲିଉଡ୍‌ରେ ଏଣ୍ଟ୍ରି କରିବାର କିଛି ବର୍ଷ ମଧ୍ୟରେ ତାଙ୍କର ଦୀର୍ଘ ଦିନର ସ୍ବପ୍ନ ସାକାର ହୋଇଛି। ଅର୍ଥାତ୍‌ ତାଙ୍କର ମନ ପସନ୍ଦର ଅଭିନେତା ସଲ୍ଲୁ ମିଅଁା ଓରଫ ସଲମାନ ଖାନ୍‌ଙ୍କ ସହ ସେ ଅଭିନୟ କରିବେ। ଫିଲ୍ମଟି ହେଲା ‘କଭି ଇଦ୍‌ କଭି ଦିଓ୍ବାଲି’। ସାଜିଦ ନାଦିଓ୍ବାଦଓ୍ବାଲାଙ୍କ ଏହି ଫିଲ୍ମକୁ ନେଇ ଏବେ ବେଶ୍‌ ଚର୍ଚ୍ଚା। ଏ ସମ୍ପର୍କରେ କ୍ରିିତି କହନ୍ତି, ‘ସଲମାନ ଜଣେ ଉଚ୍ଚକୋଟୀର ଅଭିନେତା। ତାଙ୍କ ସହ ଆକ୍ଟିଂ କରିବାର ସୁଯୋଗ ଭାଗ୍ୟରେ ଥିଲେ ମିଳେ। ଏହି ଫିଲ୍ମଟି ମୋ ଆକ୍ଟିଂ କ୍ୟାରିୟରରେ ଏକ ସ୍ମରଣୀୟ ଫିଲ୍ମ ହୋଇ ରହିବ।’ ‘କଭି ଇଦ୍‌ କଭି ଦିଓ୍ବାଲି’ର ନିର୍ଦ୍ଦେଶନା ଦେଉଛନ୍ତି ଫରହାନ୍‌ ସାମଜୀ। ଫିଲ୍ମଟି ଆସନ୍ତାବର୍ଷ ଇଦ୍‌ରେ ରିଲିଜ ହେବ।

Share