ଖୁବ୍‌ ଲମ୍ବା ସୁସ୍ମିତାଙ୍କ ପ୍ରେମ କାହାଣୀ: ବିନା ବିବାହରେ ୨ ସନ୍ତାନର ମା’

ମୁମ୍ବାଇ: ବଲିଉଡ୍‌ର ସିଙ୍ଗଲ ମଦର ଭାବେ ପରିଚିତ ସୁସ୍ମିତା ସେନ୍‌ ୪୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୪ରେ ମିସ୍‌ ୟୁନିଭର୍ସ ଟାଇଟଲ ଜିତିବା ପରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ ସୁସ୍ମିତା। ଏହାପରେ ସେ କେତେ ଗୁଡିଏ ହିଟ୍‌ ଫିଲ୍ମ ଦେଇ ଦର୍ଶକଙ୍କ ମନପସନ୍ଦର ନାୟିକା ପାଲଟି ଯାଇଥିଲେ। ହେଲେ ବେଶ୍‌ କିଛି ବର୍ଷ ହେବ ସେ ବଲିଉଡ୍‌ ଦୁନିଆରୁ ଦୂରେଇ ଯାଇଥିବା ଦେଖାଯାଇଛି। ବଲିଉଡ୍‌ର ସେ ଏମିତି ଜଣେ ନାୟିକା ଯିଏ ନିଜ ପର୍ସନାଲ ଲାଇଫ୍‌କୁ ନିଜ ହିସାବରେ ଜିଅନ୍ତି। ତେଣୁ ଆଜି ୪୪ ବର୍ଷରେ ପଦାର୍ପଣ କରି ମଧ୍ୟ ଏବେ ପର୍ଯ୍ୟନ୍ତ ସେ କୁମାରୀ ହୋଇ ରହିଛନ୍ତି। ହେଲେ ଏବେ ସେ ତାଙ୍କଠାରୁ ୧୫ ବର୍ଷ ସାନ ମଡେଲ ରୋହମନ ସଲଙ୍କ ସହ ରିଲେସନଶିପକୁ ନେଇ ଅଛନ୍ତି ଚର୍ଚ୍ଚାରେ। ତେବେ ଏହା ତାଙ୍କ ପାଇଁ ନୂଆ ନୁହେଁ ବୋଲି କୁହାଯାଏ। କାରଣ ଏହା ପୂର୍ବରୁ ତାଙ୍କର ପ୍ରାୟ ୧୦ ଜଣଙ୍କ ସହ ଆଫେୟାର୍ସ ଥିଲା ବୋଲି ଶୁଣିବାକୁ ମିଳେ। ସୁସ୍ମିତା ଯେତେବେଳେ ୨୦ ବର୍ଷର ଥିଲେ ସେତେବେଳେ ବଲିଉଡ୍‌ ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ସହ ତାଙ୍କର ସମ୍ପର୍କ ଥିଲା ବୋଲି କୁହାଯାଏ। ଆଉ ସେତେବେଳେ ବିକ୍ରମଙ୍କ ବୟସ ଥିଲା ୨୭ ବର୍ଷ। ତେବେ ସୁସ୍ମିତାଙ୍କ ପାଇଁ ବିକ୍ରମ କୁଆଡେ ପ୍ରଥମ ସ୍ତ୍ରୀଙ୍କଠାରୁ ଅଲଗା ହୋଇଯାଇଥିଲେ। ଏହାପରେ ବଲିଉଡ୍‌ ଅଭିନେତା ରଣଦୀପ ହୁଡ୍ଡାଙ୍କ ସହ ସୁସ୍ମିତାଙ୍କ ଆଫେୟାର୍ସକୁ ନେଇ ହୋଇଥିଲା ଚର୍ଚ୍ଚା। ଏମାନଙ୍କୁ ଅନେକ ଥର ଏକାଠି ସ୍ପଟ୍‌ ମଧ୍ୟ କରାଯାଇଥିଲା। ହେଲେ ଏହା ବେଶିଦିନ ତିଷ୍ଠି ପାରି ନ ଥିଲା। ଦୁହିଁଙ୍କ ମଧ୍ୟରେ ହୋଇଥିଲା ବ୍ରେକ୍‌ଅପ୍‌। କେବଳ ସେତିକି ନୁହେଁ ସୁସ୍ମିତାଙ୍କ ନାଁ ସହ ରିତିକ ଭସିନ, ବଣ୍ଟି ସଚଦେହ, ସଞ୍ଜୟ ନାରଙ୍ଗ, ଶବିର ଭାଟିଆ, ଇମତିୟାଜ ଖତ୍ରୀ, ମୁଦସର ଅଜିଜ, ଓ୍ବାସିମ ଅକ୍ରମ, ମାନବ ମେନନଙ୍କ ସହ ଯୋଡି ଦିଆଯାଇଥିଲା। ଏମିତି ୧୦ ଜଣଙ୍କ ସହ ସମ୍ପର୍କକୁ ନେଇ ମଧ୍ୟ ସେ ଚର୍ଚ୍ଚାରେ ଥିବା ନାୟିକା। ହେଲେ ଏପର୍ଯ୍ୟନ୍ତ ବିବାହ କରି ନ ଥିବା ସୁସ୍ମିତା କ୍ୟାରିୟର ଆରମ୍ଭରୁ ଝିଅ ରେନିଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ଆଉ ଏହାର କିଛି ବର୍ଷ ପରେ ଝିଅ ଅଲିଷାକୁ ମଧ୍ୟ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ବଲିଉଡ୍‌ର ସିଙ୍ଗଲ ମଦର ଭାବେ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri