ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବିକ୍ରାନ୍ତ

ମୁମ୍ବାଇ: ଅଭିନେତା ବିକ୍ରାନ୍ତ ମେସି ଅପ୍‌ କମିଂ ଫିଲ୍ମ ‘ଛପାକ୍‌’ର ପ୍ରମୋଶନରେ ଏବେ ବ୍ୟସ୍ତ ଅଛନ୍ତି। ଫିଲ୍ମ ‘ଛପାକ୍‌’ରେ ଦୀପିକା ପାଦୁକୋନ୍‌ଙ୍କ ସହ ମୁଖ୍ୟ ଭୂମିକାରେ ବିକ୍ରାନ୍ତ ନଜରକୁ ଆସିବେ। ବିକ୍ରାନ୍ତ ନିଜର ପର୍ସନାଲ ଓ ପ୍ରଫେଶନାଲ ଲାଇଫ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଶୁଣିବାକୁ ମିଳିଛି ଖୁବ୍‌ଶୀଘ୍ର ସେ ବିବାହ କରିବାକୁ ଯାଉଛନ୍ତି। ଚଳିତବର୍ଷ ସେ ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିବାକୁ ଯାଉଛନ୍ତି। ଗତ କିଛି ବର୍ଷ ହେଲା ବିକ୍ରାନ୍ତ ମଡେଲର ତଥା ଅଭିନେତ୍ରୀ ଶୀତଲ ଠାକୁରଙ୍କୁ ଡେଟ୍‌ କରୁଛନ୍ତି। ନିକଟରେ ଦୁଇଜଣଙ୍କ ନିର୍ବନ୍ଧ ମଧ୍ୟ ସରିଛି। ୨୦୧୫ରୁ ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଥିବା ବେଳେ କିଛି ସମୟ ଧରି ସେ ନିଜ ସମ୍ପର୍କକୁ ଗଣମାଧ୍ୟମ ଓ ଲାଇମ୍‌ଲାଇଟ୍‌ରୁ ଦୂରେଇ ରଖିଥିଲେ। ପରେ ୨୦୧୭ରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ସେ ନିଜ ସମ୍ପର୍କ ବିଷୟରେ ସମସ୍ତଙ୍କୁ ଔପଚାରିକ ଭାବେ ଜଣାଇଥିଲେ। ବିକ୍ରାନ୍ତଙ୍କ ସମ୍ପର୍କରେ କହିବାକୁ ଗଲେ ଏବେ ତାଙ୍କ ହାତରେ ବହୁ ଭଲ ଭଲ ପ୍ରୋଜେକ୍ଟ ରହିଛି। ଏହାପୂର୍ବରୁ ତାଙ୍କୁ ଓ୍ବେବ୍‌ ସିରିଜ ‘ମିର୍ଜାପୁର’ ଓ ‘ଡେଥ୍‌ ଇନ୍‌ ଦ ଗଞ୍ଜ’ରେ ଦେଖିବାକୁ ମିଳିଥିଲା। ଏହା ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା।

 

Share