ଖୁବ୍‌ଶୀଘ୍ର ପୂରଣ ହେବ ବରୁଣଙ୍କ ସ୍ବପ୍ନ

ବଲିଉଡ୍‌ ଅଭିନେତା ବରୁଣ ଧାଓ୍ବନଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି। ନିଜେ ବରୁଣ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ ଶେୟାରକରି ଏହା କହିଛନ୍ତି। ପ୍ରକୃତ କଥା ହେଲା ପରମବୀର ଚକ୍ରରେ ସମ୍ମାନିତ ସେକେଣ୍ଡ ଲେଫ୍ଟନାଣ୍ଟ ଅରୁଣ ଖେତ୍ରପାଲଙ୍କ ବାୟୋପିକ୍‌ ହେବାକୁ ଯାଉଛି। ଏଥିରେ ବରୁଣ ପ୍ରମୁଖ ଚରିତ୍ରରେ ଅଭିନୟ କରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମର ନାମ ଫାଇନାଲ ହୋଇ ନାହିଁ। ତେବେ ଏହାର ନିର୍ଦ୍ଦେଶନା ଦେବେ ଶ୍ରୀରାମ ରାଘବନ। ଦେଶର ଜଣେ ସୈନିକ ଚରିତ୍ରରେ ଅଭିନୟ କରିବା ମୋର ସ୍ବପ୍ନ ଥିଲା। ଏବେ ତାହା ପୂରଣ ହେବାକୁ ଯାଉଛି ବୋଲି ବରୁୁଣ କହିଛନ୍ତି।

Share