Categories: ଜାତୀୟ

ଖୁବ୍‌ଶୀଘ୍ର ଉବଲବ୍ଧ ହେବ ୧, ୨, ୫, ୧୦,୨୦ ଟଙ୍କିଆ ମୁଦ୍ରା: ସୀତାରାମନ୍‌

ନୂଆଦିଲ୍ଲୀ,୫।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିବା ବେଳେ ସାଧାରଣ ଜନତାଙ୍କ ପାଇଁ ଖୁବ୍‌ଶୀଘ୍ର ୧, ୨, ୫, ୧୦ ଓ ୨୦ ଟଙ୍କିଆ ମୁଦ୍ରା ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି। ଦୃଷ୍ଟିହୀନ ବ୍ୟକ୍ତି ଏହାକୁ ଚିହ୍ନିବାରେ ସୁବିଧା ହେବ ବୋଲି ସେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ମାର୍ଚ୍ଚ ୭, ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମୁଦ୍ରା ଜାରି କରିଥିବା ବେଳେ ଏହାକୁ ଦୃଷ୍ଟିହୀନମାନେ ଛୁଇଁକି ସହଜରେ ଚିହ୍ନଟ କରିପାରିବେ।

Share