ଖିମ୍‌ଜୀ ପ୍ରସ୍ତୁତକଲା ଭୁବନେଶ୍ୱରର ପ୍ରଥମ ସୁନାମୁକୁଟ

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ଶାରଦୀୟ ଦୁର୍ଗାପୂଜା ଅବସରରେ ଓଡ଼ିଶାର ପ୍ରମୁଖ ଜୁଏଲେରି ଚେନ୍‌ ‘ଖିମ୍‌ଜୀ ଜୁଏଲର୍ସ’ ଦ୍ୱାରା ଭୁବନେଶ୍ୱରର ପ୍ରଥମ ସୁନା ମୁକୁଟ (ସଲିଡ୍‌ ଗୋଲ୍ଡ) ପ୍ରସ୍ତୁତ କରାଯାଇଛି। ରାଜଧାନୀର ଶହୀଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ବରାଦ ଦିଆଯାଇଥିବା ଏହି ମୁକୁଟକୁ ଖିମ୍‌ଜୀର ୬ଜଣ ଶ୍ରେଷ୍ଠ ସୁନା କାରିଗରଙ୍କ ଦ୍ୱାରା ତିଆରି କରାଯାଇଛି। ମା’ ଜଗଜ୍ଜନନୀଙ୍କ ମସ୍ତକରେ ଶୋଭା ପାଇବାକୁ ଥିବା ଏହି ମୁକୁଟରେ ୨.୫ କିଲୋଗ୍ରାମ ସୁନା ଲାଗିଥିବା ବେଳେ ଏଥିରେ ନିଖୁଣ ଓ ସୂକ୍ଷ୍ମ କାରିଗରି କରାଯାଇଛି। ୭ମାସର କଠିନ ପରିଶ୍ରମ ପରେ ମୁକୁଟରେ ଶେଷ ସ୍ପର୍ଶ ଦିଆଯାଇଛି। ଶହୀଦନଗର ଦୁର୍ଗାପୂଜା ମଣ୍ଡପରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଖିମ୍‌ଜୀ ଜୁଏଲର୍ସର ନିର୍ଦ୍ଦେଶକ ସୁମିତ୍‌ ଖିମ୍‌ଜୀ ଏହି ସୁନା ମୁକୁଟକୁ ପୂଜା ସମିତିକୁ ପ୍ରଦାନ କରିଛନ୍ତି। ଏହି ଅବସରରେ ସେ କହିଥିଲେ, ମା’ ଦୁର୍ଗାଙ୍କ ପାଇଁ ଏଭଳି ଏକ ନିଆରା ମୁକୁଟ ତିଆରି କରିବାର ଅବସର ଖିମ୍‌ଜୀକୁ ମିଳିଥିବାରୁ ଆମେ ସୌଭାଗ୍ୟ ମନେକରୁଛୁ। ଏତେବଡ଼ ଦାୟିତ୍ୱ ପାଇଁ ଶହୀଦନଗର ପୂଜା ସମିତି ଆମ ଉପରେ ଭରସା କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଉଛୁ। ଏହି ସୁନା ମୁକୁଟ ପିନ୍ଧି ମା’ ଚଳିତବର୍ଷ ଆହୁରି ଆକର୍ଷଣୀୟ ଲାଗିବେ ବୋଲି ସେ କହିଥିଲେ। ଶହୀଦନଗର ଦୁର୍ଗାପୂଜା ସମିତି ପାଇଁ ୨୦୧୬ ମସିହାରେ ଖିମ୍‌ଜୀ ପକ୍ଷରୁ ମା’ ଦୁର୍ଗାଙ୍କ ପାଇଁ ଏକ ରୁପା ମୁକୁଟ ମଧ୍ୟ ପ୍ରସ୍ତୁତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁସିରେ ୪ ଗ୍ରାମର ଗ୍ରାମବାସୀ: ୧୦୯ ଜଣଙ୍କୁ ମିଳିଲା….

ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ…

ସମ୍ବଲପୁର ଯୁଯୁମୁରା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ମହିଳା ଓଏଏସ୍ ଟ୍ରେନିଙ୍କ ସମେତ ୨ ମୃତ, ୧୨ ଆହତ

ସମ୍ବଲପୁର,୧୫|୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ-୫୫ରେ ସମ୍ବଲପୁର ପଟକୁ ଯାଉଥିବା ଓଡ଼ିଶା…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

ସୁବୁଠି ଉଡ଼ିଲା ତ୍ରିରଙ୍ଗା

ଲାଞ୍ଜିଗଡ,୧୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଲାଞ୍ଜିଗଡ଼ ଯୁବକ ସଂଘ…

ସିଜିମାଲି ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା

କଲ୍ୟାଣସିଂହପୁର,୧୫।୮(ଦୀପକ କୁମାର ପରିଡ଼ା): ବହୁ ଚର୍ଚ୍ଚିତ ସିଜିମାଲି ଅଞ୍ଚଳରେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ ଆନୁକୂଲ୍ୟରେ ୮୦ତମ ସ୍ବଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ…

ସ୍ବାଧିନତା ଦିବସରେ ପୁରୁଷୋତ୍ତମପୁର NAC ଆଗରେ କାଉନସିଲର-ଜନସାଧାରଣଙ୍କ ଧାରଣା, ଆତ୍ମାହୁତି ଚେତାବନୀ

ପୁରୁଷୋତ୍ତମପୁର,୧୫।୮(ସବିତା ମିଶ୍ର): ସାରାଦେଶ ସ୍ବାଧିନତା ଦିବସକୁ ମହାଆଡ଼ମ୍ବରରେ ପାଳନ କରୁଥିବାବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିର ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ପରାଧୀନ ଅବସ୍ଥାରେ ରହିଥିବା…

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri