ଖାଲି ଷ୍ଟାଡିୟମରେ ଖେଳାଯାଇପାରେ ଲକ୍ଷ୍ନୌ, କୋଲକାତା ଦିନିକିଆ ମ୍ୟାଚ୍‌

ନୂଆଦିଲ୍ଲୀ,୧୨।୩(ପି.ଟି.)- ଭାରତ ଓ ଦକ୍ଷିଣ ଦିନିକଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇସାରିଥିବାବେଳେ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ ଖାଲି ଷ୍ଟାଡିୟମରେ ଖେଳାଯାଇପାରେ। କରୋନା ଭାଇରସ ବ୍ୟାପିବାର ଡର ଥିବାରୁ ଏଭଳି ସମ୍ଭାବନା ଦେଖାଦେଇଛି। ସିରିଜ୍‌ର ବଳକା ଦୁଇଟି ମ୍ୟାଚ୍‌ ମାର୍ଚ୍ଚ ୧୫ ତାରିଖରେ ଲକ୍ଷ୍ନୌ ଓ ୧୮ରେ କୋଲକାତାଠାରେ ଖେଳାଯିବାର ଅଛି। ଯେଉଁ କ୍ରୀଡ଼ାଭିତ୍ତିକ ଇଭେଣ୍ଟ ବାତିଲ କରାଯାଇ ପାରିବ ନାହିଁ, ସେଥିରେ ବଡ଼ ସଂଖ୍ୟାରେ ଦର୍ଶକ ଉପସ୍ଥିତ ନ ରଖାଯାଉ ବୋଲି କ୍ରୀଡ଼ାମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାନାମା ଦ୍ୱାରା କୁହାଯାଇଛି। ଯଦି କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ କରାଯାଇଛି, ତେମେ ଆମେ ମାନିବୁ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି।