ଖାଲି ପାଦରେ ଚାଲି ଚାଲି ଯାଇ ଲାଲବାଗ୍‌ ରାଜାଙ୍କୁ ଦର୍ଶନ କଲେ ଦୀପିକା ପାଦୁକୋନ୍‌

ମୁମ୍ବାଇ:ଭାରତର ସବୁ ସ୍ଥାନରେ ଗଣେଶ ପୂଜା ଖୁବ ଧୁମଧାମରେ ପାଳନ କରାଯାଇଥାଏ। କିନ୍ତୁ ମହାରାଷ୍ଟ୍ରର ଗଣେଶ ପୂଜା ସାରା ବିଶରେ ପ୍ରସିଦ୍ଧ। ମହାରାଷ୍ଟ୍ରର ସବଠୁ ଆକର୍ଷଣୀୟ ହେଉଛି ‘ଲାଲବାଗ ଚା ରାଜା’। ଏଠାରେ ପ୍ରତିବର୍ଷ ପ୍ରବଳ ଭିଡ ପରିଲକ୍ଷିତ ହୁଏ। କେବଳ ସାଧାରଣ ଲୋକ ନୁହଁନ୍ତି,ବିଭିନ୍ନ ସେଲିବ୍ରିଟି ମଧ୍ୟ ଲାଲବାଗ୍‌ ରାଜାଙ୍କୁ ଦର୍ଶନ ପାଇଁ ଯାଇଥାନ୍ତି। ଗୁରୁବାର ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଖାଲି ପାଦରେ ଚାଲି ଚାଲି ଯାଇ ରାଜାଙ୍କ ଦର୍ଶନ କରିଥିଲେ। ସେ ‘ଲାଲବାଗ ଚା ରାଜା’ଙ୍କ ପାଦ ଛୁଇଁ ଆଶୀର୍ବାଦ ନେବା ସହ ଆଳତୀ କରିଥିଲେ। ଦୀପିକାଙ୍କୁ ଦେଖିବା ପାଇଁ ସେଠାରେ ଭିଡ ପରିଲକ୍ଷିତ ହୋଇଥିଲା।

Share