ଖାଲି କରାଗଲା ଏଫେଲ୍‌ ଟାଓ୍ବାର

ପ୍ୟାରିସ,୨୧।୫: ବିଶ୍ୱ ପ୍ରସିଦ୍ଧ ଏଫେଲ୍‌ ଟାଓ୍ବାର ଉପରକୁ ଗତ ସୋମବାର ଜଣେ ବ୍ୟକ୍ତି ଚଢିଯିବା ପରେ ତାକୁ ଖାଲି କରାଯାଇଥିଲା। ଉକ୍ତ ଟାଓ୍ବାରର ଦେଖାରଖା କରୁଥିବା ପ୍ୟାରିସର ଏକ କମ୍ପାନୀ ଏହି ସୂଚନା ଦେଇଛି। ଏଫେଲ୍‌ ଟାଓ୍ବାରକୁ ଦେଖିବାକୁ ପ୍ରତିବର୍ଷ ପ୍ରାୟ ୭୦ ଲକ୍ଷ ପର୍ଯ୍ୟଟକ ଏଠାକୁ ଆସିଥାଆନ୍ତି। ଏହାର ୨ ମହଲା ପର୍ଯ୍ୟନ୍ତ ଲିପ୍ଟ ଅବା ସିଡିରେ ଯିବାର ବ୍ୟବସ୍ଥା ରହିଛି। ହେଲେ ଆହୁରି ଉପରକୁ ଯିବାକୁ ଚାହିଁଲେ ଲିପ୍ଟର ସାହାଯ୍ୟ ନେବାକୁ ପଡିଥାଏ। ହେଲେ ଉକ୍ତ ବ୍ୟକ୍ତି ଜଣକ ସିଧା ଏହି ଟାଓ୍ବାର ଉପରେ ଚଢିଯିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ଖାଲି କରାଯାଇଥିବା ସୂଚନା ମିଳିଛି।

Share