Categories: ଜାତୀୟ

ଖାଲକୁ ଖସିଲା ସ୍କୁଲ ବସ୍‌ ଡ୍ରାଇଭର ସମେତ ୩ ମୃତ

ଶିମଲା,୧।୭: ଶିମଲାର ଝଞ୍ଜିଡିରେ ସୋମବାର ଏକ ସ୍କୁଲ ବସ ଖାଲକୁ ଖସି ପଡିବା ଫଳରେ ଡ୍ରାଇଭର ଓ ୨ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏଥିରେ ଥିବା ଅନ୍ୟ ୧୦ ଛାତ୍ର ଆହତ ମଧ୍ୟ ହୋଇଛନ୍ତି। ଏହି ଦୁର୍ଘଟଣା ପରେ ରାସ୍ତା କଡରେ ଥିବା ଅନ୍ୟ ଯାନକୁ ଉତ୍ୟକ୍ତ ଲୋକେ ଭଙ୍ଗାରୁଜା କରିଛନ୍ତି। ସେହି ବାଟ ଦେଇ ଯାଉଥିବା ଶିକ୍ଷାମନ୍ତ୍ରୀ ମଧ୍ୟ ଲୋକଙ୍କ ରୋଷର ଶିକାର ହୋଇଛନ୍ତି। ସୂଚନାଯୋଗ୍ୟ, ବସ୍‌ଟି ନିୟନ୍ତ୍ରଣ ହରାଇ ଖାଲକୁ ଖସିପଡିଥିଲା। ସେଠାରେ ଥିବା ଲୋକେ ତୁରନ୍ତ ପିଲାମାନଙ୍କୁ ଓ ଡ୍ରାଇଭରଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନା ପହଞ୍ଚାଇଥିଲେ ସୁଦ୍ଧା ଡାକ୍ତର ସେଠାରେ ୨ ଛାତ୍ର ଓ ଡ୍ରାଇଭରଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଆହତମାନଙ୍କର ଚିକିତ୍ସା ଚାଲିଛି।

Share