Categories: ଜାତୀୟ

ଖାରଜ ହୋଇନି ଡେଥ୍‌ ଓ୍ବାରେଣ୍ଟ: ନିର୍ଭୟା ଦୋଷୀଙ୍କୁ ହୋଇପାରେ ଫାଶୀ!

ନୂଆଦିଲ୍ଲୀ,୨।୩: ନିର୍ଭାୟା ଗଣବଳାତ୍କାର ମାମଲାର ଦୋଷୀ ପବନ ଗୁପ୍ତାଙ୍କ କ୍ୟୁରେଟିଭ ପିଟିଶନ ସୋମବାର ସୁପ୍ରିମକୋର୍ଟଙ୍କ ଦ୍ୱାରା ଖାରଜ ହେବା ପରେ ଏବେ ସେ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଛନ୍ତି। ଏହାକୁ ନେଇ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଏପି ସିଂ ପଟିଆଲା ହାଉସ କୋର୍ଟଙ୍କୁ କହିଛନ୍ତି ପବନ କ୍ଷମା ଆବେଦନ କରିଥିବାରୁ ଏବେ ଡେଥ୍‌ ଓ୍ବାରେଣ୍ଟ ଉପରେ ସ୍ଥଗିତା ଦେଶ ଜାରି କରାଯିବା ଉଚିତ୍‌। ଏପଟେ ନିର୍ଭୟାଙ୍କ ମା’ ଆଶା ଦେବୀ କହିଛନ୍ତି ଯେହେତୁ ପବନଙ୍କ କ୍ୟୁରେଟିଭ ପିଟିଶନ ଖାରଜ ହୋଇଯାଇଛି ତାଙ୍କର କ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ନିକଟରେ ମଧ୍ୟ ଖାରଜ ହୋଇଯିବ ଓ ମାର୍ଚ୍ଚ ୩ ସକାଳ ୬ଟାରେ ନିର୍ଭୟା ମାମଲାର ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବେ। ହେଲେ ଏହା ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିବା କ୍ଷମା ଆବେଦନ ଉପରେ ନିର୍ଭର କରେ ବୋଲି କୁହାଯାଉଛି।

Share