Categories: ଜାତୀୟ

ଖାରଜ ହେଲା ଇନ୍ଦ୍ରାଣୀଙ୍କ ଜାମିନ ଆବେଦନ

ମୁମ୍ବାଇ,୨୧।୧୨: ସିନା ବୋରା ହତ୍ୟା ମାମଲାରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଜାମିନ ଆବେଦନକୁ ମୁମ୍ବାଇର ସ୍ପେଶାଲ ସିବିଆଇ କୋର୍ଟ ଶୁକ୍ରବାର ଖାରଜ କରି ଦେଇଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଇନ୍ଦ୍ରାଣୀ ଜାମିନ ଆବେଦନ କରିଥିଲେ। ହେଲେ ଏହା ପୂର୍ବରୁ ମଧ୍ୟ ସେ ଅସୁସ୍ଥତା ପାଇଁ ଜାମିନ ଆବେଦନ କରିଥିବା ବେଳେ ଏହାକୁ ଖାରଜ କରି ଦିଆଯାଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ସ୍ଥିତିରେ କୌଣସି ପରିବର୍ତ୍ତନ ଆସି ନ ଥିବାରୁ ଏଥର ମଧ୍ୟ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ସିନା ବୋରା ହତ୍ୟା ମାମଲାରେ ୨୦୧୫ରୁ ସେ ଗିରଫ ହୋଇଥିବା ବେଳେ ଏହାଥିଲା ଖାରଜ ହୋଇଥିବା ତାଙ୍କର ଚତୁର୍ଥ ଜାମିନ ଆବେଦନ। କିନ୍ତୁ ଏପର୍ଯ୍ୟନ୍ତ ସେ ସୁସ୍ଥ ଥିବାରୁ ତାଙ୍କୁ ଏଥର ମଧ୍ୟ ଜାମିନ ମିଳିପାରି ନାହିଁ।

Share