ଖାଦ୍ୟ ରୁଚି : ଅଟା କେକ୍

ଆବଶ୍ୟକ ସାମଗ୍ରୀ-
ଅଟା- ଏକ କପ୍,
ଚିନି – ଏକ କପ୍,
ରିଫାଇନ୍ ତେଲ କିମ୍ବା ବଟର-
୧/୪ କପ୍,
ଦହି- ୩ ରୁ ୪ ଛୋଟ ଚାମଚ,
ଗୁଜୁରାତି(୪ରୁ ୫ଟି)- ଗୁଣ୍ଡ,
ଅମୁଲ ବା ମିଲ୍କ ପାଉଡର-
୧/୪ କପ୍,
କାଜୁ, ଆଲମଣ୍ଡ- ଅଳ୍ପ,
ବେକିଂ ପାଉଡର-
ବେକିଂ ସୋଡା-
କ୍ଷୀର- ୧ କପ୍

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ କେକ୍ ଟିନ୍ ଆଣି ସେଥିରେ ସବୁଆଡେ ଭଲରେ ତେଲ ଲଗାଇ ଦିଅନ୍ତୁ ଏହାପରେ ଏକ ବଡ଼ ପାତ୍ର ଅାଣି ସେଥିରେ ରିିଫାଇନ୍ ତେଲ ପରେ ଦହି ପକାନ୍ତୁ ତାପରେ ଗୁଜୁରାତି ଗୁଣ୍ଡକୁ ପକାନ୍ତୁ ଗୁଜୁରାତି ବଦଳରେ ବିଭିନ୍ନ ଏସେନ୍ସ ମଧ୍ୟ ପକାଇପାରିବେ ଏହାପରେ ଚିନିକୁ ଗ୍ରାଇଣ୍ଡିଂ କରି ଏଥିରେ ମିଶାଇ ଭଲଭାବେ ଗୋଳାନ୍ତୁ ଏବେ ସେଥିରେ ଏକ ଚଲାରେ ଅଟାକୁ ଚଲାଇ ଅଟା ପକାନ୍ତୁ ଏହାପରେ ସେଥିରେ ଅମୁଲ ବା ମିଲ୍କ ପାଉଡର ପକାଇ କ୍ଷୀର ଦେଇ ଭଲଭାବେ ଗୋଳାନ୍ତୁ ଏବେ ସେଥିରେ ଏକ ଚାମଚ ବେକିଂ ପାଉଡର ଏବଂ ଅଧା ଚାମଚର ବେକିଂ ସୋଡା ପକାଇ ମିଶାନ୍ତୁ ଏହାପରେ ସେଥିରେ କାଜୁ ଏବଂ ଅାଲମଣ୍ଡକୁ ଛୋଟ ଛୋଟ ଖଣ୍ଡ କରି ଏଥିରେ ମିଶାନ୍ତୁ ପରେ କଡେଇକୁ ଚୁଲିରେ କଭର ଦେଇ ୫ ମିନିଟ୍ ଗରମ କରନ୍ତୁ କେକ୍ ଟିନ୍ରେ କେକ୍ ମିଶ୍ରଣକୁ ଢାଳି ତା ଉପରେ କିଛି ଅାଲମଣ୍ଡ ସଜାଇ ଏହାକୁ ନେଇ କଡେଇ ଭିତରେ ରଖି ଘୋଡାଇ ଦିଅନ୍ତୁ ଗ୍ୟାସର ଅାଞ୍ଚକୁ ପୂରା କମ୍ କରି ଏହାକୁ ୪୦ ମିନିଟ୍ ପଯର୍ୟନ୍ତ ରଖନ୍ତୁ ଏହାପରେ ଏକ କାଠି ଭିତରକୁ ପୂରାଇ କେକ୍ ହୋଇଛି କି ନାହିଁ ଦେଖି ଓହ୍ଲାଇ ଦିଅନ୍ତୁ