Categories: ରାଜ୍ୟ

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ ଅଭିଯୋଗ ନମ୍ବର ଜାରି

ଭୁବନେଶ୍ୱର, ୨୧।୭ (ବ୍ୟୁରୋ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସାଧାରଣ ଲୋକଙ୍କ ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ ଏକୀକୃତ ଅଭିଯୋଗ ନଂ.୧୯୬୭ (ଟୋଲ୍‌ ଫ୍ରି) କାର୍ଯ୍ୟକାରୀ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-ଟିକୁ କାର୍ଯ୍ୟକାରୀ କରାଯିବା ପରିପ୍ରେକ୍ଷୀରେ ଏହି ନମ୍ବର ଜାରି ହୋଇଛି। ସାଧାରଣ ଲୋକେ ସହଜରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ବନ୍ଧୀୟ ଅଭିଯୋଗ କରିପାରିବେ। ଏହାଦ୍ୱାରା ରାଜ୍ୟ ସରକାର ଏବଂ ଜନତାଙ୍କ ମଧ୍ୟରେ ଯୋଗାଯୋଗ ଆହୁରି ସୁଗମ ହୋଇପାରିବ।