ଖାଦ୍ୟ ପାଇଁ ଡହଳବିକଳ ଗୋରୁ, କୁକୁର

କଟକ ଅଫିସ,୧୪ା୪: ଜନଶୂନ୍ୟ ରାସ୍ତାରେ ବୁଲୁଛନ୍ତି ଗୋରୁ ଓ କୁକୁର। ଖାଦ୍ୟ ପାଇଁ ଏମାନେ ଡହଳ ବିକଳ ହେଉଛନ୍ତି। ଏପରି କି ଖାଦ୍ୟାଭାବ ଯୋଗୁ କେତେକ ପଶୁ ଏକପ୍ରକାର ମରଣ ମୁହଁକୁ ଠେଲି ହୋଇଗଲେଣି। କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଯେଉଁ ସହାୟତା ଦିଆଯାଉଛି ତାହା ପର୍ଯ୍ୟାପ୍ତ ନୁହେଁ। ଏଭଳି ସ୍ଥିତିରେ ପଶୁପ୍ରେମୀ ତଥା ସାମାଜିକ କର୍ମୀ ଏମାନଙ୍କ ସାହା ପାଲଟିଛନ୍ତି।
କରୋନା ମୁକାବିଲା କଟକଣା ପାଇଁ ଜନଜୀବନ ପ୍ରଭାବିତ। ଏଥିରୁ ଜୀବଜନ୍ତୁ ବି ବାଦ୍‌ ପଡ଼ିନାହାନ୍ତି। ଜିଲା ପ୍ରାଣୀଧନ ମୁଖ୍ୟ ଚିକିତ୍ସାଧିକାରୀ(ସିଡିିଭିଓ)ଙ୍କ ସୂଚନା ମୁତାବକ ସହରରେ ପ୍ରାୟ ୭୦୦ ଗୋରୁ ଓ ୫ହଜାର ବୁଲା କୁକୁର ରହିଛନ୍ତି। ସିଏମ୍‌ସି ପକ୍ଷରୁ ପ୍ରତ୍ୟହ ୧୦ହଜାର ଟଙ୍କାର ଅର୍ଥ ଉକ୍ତ ଜୀବଜନ୍ତୁଙ୍କ ପାଇଁ ନିର୍ଦ୍ଧାରଣ କରାଯାଇଛି। ଯେଉଁଥିରୁ ୬ହଜାର ଟଙ୍କା ଗୋରୁ ଓ ୪ହଜାର ଟଙ୍କା କୁକୁରଙ୍କ ପାଇଁ ଖର୍ଚ୍ଚ ହେଉଛି। ଚୋକଡ଼ କିଣାଯାଇ ବୁଲା ଗୋର, ଷଣ୍ଢଙ୍କୁ ଦିଆଯାଉଛି। କୁକୁରଙ୍କ ପାଇଁ ବିସ୍କୁଟ ବ୍ୟବସ୍ଥା ହୋଇଛି। ହେଲେ ଏହି ସହାୟତା ସମୁଦ୍ରକୁ ଶଙ୍ଖେ ଭଳି। ୫ହଜାର କୁକୁରଙ୍କ ପାଇଁ ମାତ୍ର ୪ହଜାର ଟଙ୍କାର ବିସ୍କୁଟ ପ୍ୟାକେଟ କିଣାଯାଉଥିବା ସିଏମ୍‌ସି ପକ୍ଷରୁ କୁହାଯାଇଥିବା ବେଳେ ଏହା କେତେ ମାତ୍ରାରେ ଉକ୍ତ ଜୀବଙ୍କ ଭୋକ ମେଣ୍ଟାଉଥିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବଜାର ବନ୍ଦ ଥିବା କାରଣରୁ ଖାଦ୍ୟଭାବ ମଧ୍ୟ ଦିନକୁ ଦିନ ବଢ଼ୁଛି। କେତେଜଣ ସାମାଜିକ କର୍ମୀ ନିୟମିତ ଭାବେ ଏମାନଙ୍କ କଥା ବୁଝୁଛନ୍ତି। ଶନିବାର ମହାକାଳ ପରିବାର ପକ୍ଷରୁ ବୁଲା ଗୋରୁ, ଷଣ୍ଢଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଥିଲା। ସଙ୍ଗଠନର ବିକାଶ ସୋନି, ରାଜେନ୍ଦ୍ର ନାରାୟଣ ସାହୁ, ହୃଷିକେଶ ସାହୁ ଏହି ସେବା କାର୍ଯ୍ୟର ନେତୃତ୍ୱ ନେଇଥିଲେ। ପ୍ରତ୍ୟହ ବିଳମ୍ବିତ ରାତିରେ ବାଦାମବାଡ଼ିର କେତେଜଣ ଯୁବକ ଚୁଡ଼ା ଓ ଅଣ୍ଡା ମିଶ୍ରଣ କରି କୁକୁରଙ୍କୁ ଖାଇବାକୁ ଦେଉଥିବା ମଧ୍ୟ ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri