Categories: ଜାତୀୟ

କାରଖାନାରେ ଭୟାବହ ଅଗ୍ନିକାଣ୍ଡ: ୪୩ ମୃତ; ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା

ନୂଆଦିଲ୍ଲୀ, ୮।୧୨: କେନ୍ଦ୍ରୀୟ ଦିଲ୍ଲୀର ରାଣୀ ଝାନ୍ସୀ ରୋଡ୍‌ ନିକଟରେ ଥିବା ଏକ ସ୍କୁଲ ବ୍ୟାଗ୍‌ ତିଆରି କାରଖାନାରେ ରବିବାର ଭୋର୍‌ ୫ଟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪୩ ଜଣଙ୍କ ମୃତ୍ୟୁ ଘଟିଛି। ଖବର ପାଇ ୩୦ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଉଦ୍ଧାରକାରୀ ଦଳ ୫୬ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୧୫ ଜଣ ଆହତଙ୍କ ଅବସ୍ଥା ଗୁରୁତର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ତେବେ କାରଖାନା ଭିତରେ କିଛି ଲୋକ ରହିଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ଶର୍ଟ ସର୍କିଟ୍‌ ଯୋଗୁ କାରଖାନାରେ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୋଲିସ କହିଛି।

 

Share