Categories: ଜାତୀୟ

ଖାଦ୍ୟଶସ୍ୟ ବ୍ୟାଙ୍କ: ଗରିବ ଲୋକଙ୍କୁ ଉଧାରରେ ଦେଉଛି ଡାଲି ଚାଉଳ

ପ୍ରୟାଗରାଜ୍‌,୨୦।୧୦: ଉତ୍ତରପ୍ରଦେଶ ପ୍ରୟାଗରାଜ୍‌ ଜିଲାରେ ଗରିବଙ୍କୁ ସହାୟତା ପାଇଁ ଖାଦ୍ୟଶସ୍ୟ ବ୍ୟାଙ୍କ ସ୍ଥାପନ କରାଯାଇଛି। ଏହାର ୭୦ଟି ଶାଖା ଜିଲାରେ କାର୍ଯ୍ୟକରୁଛି। କୌଣସି କାମ ଧନ୍ଦା ନ ମିଳିଲେ ଗରିବ ଲୋକେ ଖାଇବାକୁ ହଇରାଣ ହୋଇଥାନ୍ତି। ତେବେ ଏହି ବ୍ୟାଙ୍କ ପକ୍ଷରୁ ସେମାନଙ୍କୁ ଉଧାରରେ ଡାଲି ଚାଉଳ ଯୋଗାଇ ଦିଆଯାଇଥାଏ। ପରେ ସେମାନେ ଏହାକୁ ସୁଝିଥାନ୍ତି। ୨ ହଜାରରୁ ଅଧିକ ଗରିବ ପରିବାର ଏହି ବ୍ୟାଙ୍କର ସଦସ୍ୟ ରହିଛନ୍ତି। ଗରିବ ଲୋକ ବ୍ୟାଙ୍କରୁ ସର୍ବାଧିକ ୫କିଗ୍ରା ଚାଉଳ ଏବଂ ୧ କିଗ୍ରା ଡାଲି ଉଧାରରେ ନେଇ ପାରିବେ। ମାତ୍ର ସେମାନଙ୍କୁ ଏହାକୁ ୧୫ ଦିନ ମଧ୍ୟରେ ଫେରସ୍ତ କରିବାକୁ ପଡ଼ିବ। ବ୍ୟାଙ୍କର ସୁପରିଚାଳନା ପାଇଁ ୨୧ ଜଣିଆ କମିଟି କାର୍ଯ୍ୟ କରୁଛି।

Share