ଖାଦ୍ୟପେୟରେ ସାମିଲ କରନ୍ତୁ ଏହି ୭ ଜିନିଷ: ମଧୁମେହରୁ ପାଇବେ ମୁକ୍ତି

ଆଜିକାଲି ସମୟରେ ମଧୁମେହ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାରେ ପରିଗଣିତ ହେଲାଣି। ଏହାର କବଳରେ ବିଶ୍ୱର ଅଧିକାଂଶ ଲୋକ କହିଲେ ଭୁଲ୍‌ ମଧ୍ୟ ହେବ ନାହିଁ। ଏହାକୁ ନେଇ ମଧ୍ୟ ଚିନ୍ତାରେ ଯୁବପିଢ଼ି। ତେବେ ଛୋଟପିଲା ମଧ୍ୟ ଏହି ରୋଗରୁ ବାଦ୍‌ ପଡୁନାହାନ୍ତି। ଜୀବନଶୈଳୀ ଓ ଖାଦ୍ୟପେୟରେ ପରିବର୍ତ୍ତନ ଦ୍ୱାରା ଏଥିରୁ ରକ୍ଷା ପାଇପାରିବେ। ଏଣୁ ଏହି ରୋଗୀଙ୍କୁ ଖାଦ୍ୟପେୟଜନିତ କଟକଣା କରାଯାଇଥାଏ। ମାତ୍ର ଏପରି କିଛି ଖାଦ୍ୟ ରହିଛି ଯେଉଁଥିରେ ପୋଷକତତ୍ତ୍ୱ ଭରି ରହିଥାଏ। ଯାହା ରକ୍ତରେ ଶର୍କରା ମାତ୍ରାକୁ କମ୍‌ କରିଥାଏ। ଏହି ଖାଦ୍ୟ ଖାଇବାରୁ ମଧୁମେହ ହେବା ଆଶଙ୍କା ଅନେକ ପରିମାଣରେ କମ୍‌ ହୋଇଥାଏ। ଏହା ଆପଣଙ୍କୁ ଟାଇପ୍‌ ୧ ଓ ୨ ମଧୁମେହରୁ ମୁକ୍ତି ଦେଇ ଥାଏ। ତେବେ ଜାଣନ୍ତୁ ସେହିସବୁ ଖାଦ୍ୟ ସମ୍ପର୍କରେ।

ଶାଗ
ନିୟମିତ ଶାଗ ସତେଜ ପନିପରିବା ଖାଇବା ଉଚିତ। କାରଣ ଏଥିରେ ରକ୍ତରେ ସୁଗାର ସ୍ତର ନିୟନ୍ତ୍ରିତ ହେବା ସହ ଶରୀରକୁ ଅଧିକ ମାତ୍ରାରେ ଭିଟାମିନ୍‌ ମଳିଥାଏ।

ଅଣ୍ଡା
ଅଣ୍ଡା ଖାଇବା ଫଳରେ ମଧୁମେହ ଆଶଙ୍କା କମ୍‌ ହୋଇଥାଏ। ଡାକ୍ତରଙ୍କ କହିବା ଅନୁଯାୟୀ ଟାଇପ ୨ ମଧୁମେହ ରୋଗୀ ଦିନକୁ ୨ଟି ଅଣ୍ଡା ଖାଇବା ଜରୁରୀ। ଏଥିରେ କୋଲେଷ୍ଟରଲ ଓ ଶର୍କରା ମାତ୍ରା ନିୟନ୍ତ୍ରିତ ରହିଥାଏ।

ଡାଳଚିନି
ଡାଳଚିନି ଖାଇବା ଦ୍ୱାରା ଅଧିକ ମତ୍ରାରେ ସୁଗାର ନିୟନ୍ତ୍ରିତ ହୋଇଥାଏ। ଏହାସହ ଏଥିରୁ ପଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ । ଆପଣଙ୍କ ଖାଦ୍ୟରେ ଡାଳଚିନିର ବ୍ୟବହାର ମଧୁମେହ ଆଶଙ୍କା କମ୍‌ କରିଥାଏ।

ହଳଦୀ
ହଳଦୀରେ ଔଷଧୀୟ ଗୁଣ ଭରି ରହିଥାଏ। ଏହା ରକ୍ତରେ ଶର୍କରା ମାତ୍ରା କମ୍‌ କରିବା ସହ ଦୃଦ୍‌ଘାତ ଆଶଙ୍କା କମ୍‌ କରିଥାଏ।

ଦହି
ଏହି ରୋଗରୁ ମୁକ୍ତି ପାଇବାକୁ ଚାହୁଁ ଥିଲେ ନିୟମିତ ଦହି ଖାଇବା ଉଚିତ।

ମାଛ
ମାଛରେ ଭରପୂର ପୋଷକ ତତ୍ତ୍ୱ ରହିଥାଏ। ଏଥିରେ ଓମେଗା-୩ ଭରପୂର ମାତ୍ରାରେ ରହିଥାଏ। ଏହା ଖାଇବା ଫଳରେ ମଧୁମେହ ଆଶଙ୍କା କମ୍‌ ହୋଇଥାଏ।

ଡ୍ରାଏ ଫ୍ରୁଟ୍‌ସ
ଅଧିକ ମାତ୍ରାରେ ଡ୍ରାଏ ଫ୍ରୁଟ୍‌ସ୍‌ ଖାଇବା ଫଳରେ ରକ୍ତ ଶର୍କରା ନିୟନ୍ତ୍ରିତ ରହିଥାଏ। ଆବଶ୍ୟକ ମୁତାବକ କାଜୁ, ଚିନରବାଦାମ, ଅଖରୋଟ୍‌ ଖାଇବା ଫଳରେ ରକ୍ତରେ ଶର୍କରା ପରିମାଣ ନିୟନ୍ତ୍ରିତ ହୋଇଥାଏ॥