Categories: ବାଣିଜ୍ୟ

ଖାଉଟି ସୁରକ୍ଷା ବିଲ୍‌ ପାର୍ଲାମେଣ୍ଟରେ ଅନୁମୋଦିତ

ନୂଆଦିଲ୍ଲୀ,୭-୮: ବହୁ ପ୍ରତୀକ୍ଷିତ ଖାଉଟି ସୁରକ୍ଷା ବିଲ୍‌ ୨୦୧୯ ମଙ୍ଗଳବାର ପାର୍ଲାମେଣ୍ଟରେ ଅନୁମୋଦନ ଲାଭ କରିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଫଳପ୍ରଦ ପ୍ରଶାସନିକ ପଦକ୍ଷେପ ଜରିଆରେ ଖାଉଟି ବିବାଦର ସମାଧାନ କରିବା ଏହି ବିଲ୍‌ର ଲକ୍ଷ୍ୟ ରହିଛି। ଲୋକ ସଭାରେ ପୂର୍ବରୁ ଅନୁମୋଦିତ ଏହି ବିଲ୍‌ ମଙ୍ଗଳବାର ରାଜ୍ୟ ସଭାରେ ବାଚନିକ ଭୋଟ୍‌ରେ ମଞ୍ଜୁର ହୋଇଛି। ଏହି ବିଲ୍‌ ଜରିଆରେ ଉପଭୋକ୍ତାଙ୍କ ଅଧିକାରକୁ ଅଧିକ ଶକ୍ତିଶାଳୀ କରିବା ସହ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ବ୍ୟବସ୍ଥା କରାଯାଇଛି। ଆଲୋଚନାରେ ଅଂଶଗ୍ରହଣ କରି ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାଶ ପାଶଓ୍ବାନ କହିଛନ୍ତି ଯେ, ଏମ୍‌ପିମାନଙ୍କ ପରାମର୍ଶକୁ ନିୟମ ଭାବେ ଏହି ବିଲ୍‌ରେ ସାମିଲ କରାଯିବ।

Share