ଖାଇବା ସଙ୍ଗେ ସଙ୍ଗେ ପାଣି ପିଉଛନ୍ତି କି? ହୋଇପାରେ ଏହି ରୋଗ

ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ ଅଧିକାଂଶ ଲୋକଙ୍କ ପାଣି ପିଇବାର ଅଭ୍ୟାସ ରହିଥାଏ। ଆୟୁର୍ବେଦ ଡାକ୍ତରଙ୍କ ଅନୁସାରେ, ଖାଦ୍ୟ ଖାଇବା ପରେ ପାଣି ପିଇବା ଉଚିତ୍‌ ନୁହେଁ। କାରଣ ଭୋକ ପୂର୍ବରୁ ପେଟ ଖାଲିଥାଏ। କିଛି ଖାଦ୍ୟ ଖାଇ ସଙ୍ଗେ ସଙ୍ଗେ ପାଣି ପିଇଲେ ପାଚନକ୍ରିୟାରେ ସମସ୍ୟା ଦେଖାଦିଏ। ଏଥିସହ ଡାଇବେଟିସ୍‌ ମଧ୍ୟ ହେବାର ଆଶଙ୍କା ରହିଥାଏ।

ଅନ୍ତତଃପକ୍ଷେ ଖାଦ୍ୟ ଖାଇବାର ଅଧଘଣ୍ଟା ପରେ ପାଣି ପିଇବା ଆବଶ୍ୟକ। କାରଣ ଖାଦ୍ୟରେ ଥିବା ପ୍ରୋଟିନ୍‌ ଏବଂ ଅନ୍ୟ ପୋଷକତତ୍ତ୍ୱ ଅବଶୋଷଣ ପାଇଁ ଶରୀରକୁ ସମୟ ଦେବା ଦରକାର। ତେଣୁ ଖାଦ୍ୟ ଖାଇବା ପରେ ପରେ ପାଣି ପିଇଲେ ଏଥିପ୍ରତି ପ୍ରଭାବ ପଡ଼ିଥାଏ। ନ୍ୟୁଟ୍ରିନିଷ୍ଟ କୁହନ୍ତି, ଆମେ ଯେଉଁ ଖାଦ୍ୟ ଖାଇଥାଉ ତାହା ହଜମ ହେବା ପାଇଁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥାଏ। ଖାଦ୍ୟ ଗ୍ୟାସନଳୀ ଦେଇ ପେଟ ପର୍ଯ୍ୟନ୍ତ ଯାଇଥାଏ। ଏହି ସମୟରେ ଖାଦ୍ୟ ଏବଂ ପାଣି ମଧ୍ୟରେ ଅନ୍ତର ନ ରଖିଲେ ଏହି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ।