ଖାଇବା ଶୈଳୀ ଓ ବ୍ୟକ୍ତିତ୍ୱ

ନିଜର ଖାଇବା ଶୈଳୀ ଆପଣଙ୍କର ବ୍ୟକ୍ତିତ୍ୱକୁ ଆହୁରି ବୃଦ୍ଧି କରିଥାଏ। ଏପରି ଏକ ବିଷୟବସ୍ତୁକୁ ନେଇ ହୋଇଥିବା ସର୍ଭେ ସମୟରେ ଏକଥା ଜଣାପଡ଼ିଛି। ଯେଉଁମାନେ ନିଜର ଖାଇବା ଶୈଳୀ ପ୍ରତି ସଚେତନ ସେମାନେ ନିଜର ବ୍ୟକ୍ତିତ୍ୱରେ ଅନ୍ୟମାନଙ୍କୁ ଅନେକାଂଶରେ ପ୍ରଭାବିତ କରିଥାଆନ୍ତି। ଏଭଳି ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ସେମାନେ କେତେଜଣ ବ୍ୟକ୍ତିଙ୍କ ଖାଇବା ଶୈଳୀ ଏବଂ ବ୍ୟକ୍ତିତ୍ୱକୁ ତନ୍ନ ତନ୍ନ କରି ତର୍ଜମା କରିଥିଲେ। ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କର ଖାଇବା ଶୈଳୀ ସୁନ୍ଦର ଥିଲା ସେମାନଙ୍କ ମଧ୍ୟରୁ ଅନେକଙ୍କର ବ୍ୟକ୍ତିତ୍ୱ ଅନ୍ୟମାନଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୋଇଥିଲା। ଆମେରିକାସ୍ଥିତ ବୋଷ୍ଟନ ୟୁନିଭର୍ସିଟିର ଖାଦ୍ୟ ବିଶେଷଜ୍ଞଙ୍କ ଦ୍ୱାରା ଏହି ସର୍ଭେ କରାଯାଇଥିଲା। ଏ ସମ୍ପର୍କରେ ଉକ୍ତ ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଜଣେ ବ୍ୟକ୍ତି ନିଜର ଖାଇବା ଶୈଳୀ ପ୍ରତି ସଚେତନ ହେଲେ ତାଙ୍କର ମାନସିକତା ସେହି ଅନୁସାରେ ସକାରାତ୍ମକ ରହିଥାଏ।