ଖାଇବା ପରେ ଥଣ୍ଡାପାଣି ପିଇଲେ ବଢେ ହୃଦ୍‌ଘାତ ଆଶଙ୍କା

ସାଧାରଣତଃ ଆମ ଶରୀରର ତାପମାତ୍ରା ୩୭ ଡିଗ୍ରୀ ସେଲ୍‌ସିୟସ୍‌ ଥାଏ। ଏଥିପାଇଁ ପିଇବା ପାଣିର ତାପମାତ୍ରା ୨୦ ରୁ ୨୨ ଡିଗ୍ରୀ ମଧ୍ୟରେ ରହିବା ଉପଯୁକ୍ତ। କେତେକ ବ୍ୟକ୍ତି ଖାଇବା ପରେ ଫ୍ରିଜ୍‌ ପାଣି ପିଇଥାଆନ୍ତି। କିନ୍ତୁ ଏହି ପାଣି ଯଦି ଅତ୍ୟଧିକ ଥଣ୍ଡା ହୋଇଥାଏ, ତେବେ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିଥାଏ। ପାଣି ଅଧିକ ଥଣ୍ଡା ଥିଲେ ଏବଂ ତାହାକୁ ପିଇଲେ ଏହା ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିଥାଏ। ଅପରପକ୍ଷରେ ଏହାର ସିଧାସଳଖ ପ୍ରଭାବ ପାଚନ କ୍ରିୟା ଉପରେ ପଡ଼ିଥାଏ। ଥଣ୍ଡା ପାଣି ପିଇବା ମାତ୍ରକେ ଢୋକିବା ପାଇଁ ସମୟ ଲାଗେ। କାରଣ ଏହି ପାଣିର ତାପମାତ୍ରା କିଛି ପରିମାଣରେ ସାମାନ୍ୟ ହେବା ପରେ ଗଳାରୁ ଖସିଥାଏ। କିନ୍ତୁ ନିରନ୍ତର ଖାଇବା ପରେ ସ୍ବାସ୍ଥ୍ୟ ଥଣ୍ଡାପାଣି ପିଇବା କ୍ଷତିକାରକ ଭାବେ ଅଧିକ ସମୟ ପର୍ଯ୍ୟନ୍ତ ଥଣ୍ଡା ପାଣି ପିଇବା ଦ୍ୱାରା ଟନ୍‌ସିଲ ସମସ୍ୟା ଉପୁଜିଥାଏ। ଥଣ୍ଡା ପାଣି ଦ୍ୱାରା ପେଟର ଅନ୍ତଃନଳୀ ସଙ୍କୁଚିତ ହୋଇଯାଏ, ଯଦ୍ୱାରା କଫ ସମସ୍ୟା ଦେଖାଦିଏ। ତେଣୁ କଫ ସମସ୍ୟା ଭୋଗୁଥିବା ଲୋକେ ଥଣ୍ଡା ପାଣିଠୁ ଦୂରରେ ରହିବା ଭଲ। ଖାଇବା ପରେ ଅତ୍ୟଧିକ ଥଣ୍ଡା ପାଣି ପିଇବା ଦ୍ୱାରା ହୃଦ୍‌ଘାତର ଆଶଙ୍କା ବଢ଼ିଥାଏ ବୋଲି ଆମେରିକୀୟ ବିଶେଷଜ୍ଞମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି।