ଖାଇବାକୁ ପାଉନାହାନ୍ତି ସ୍ଥାନାନ୍ତରିତ ବସ୍ତିବାସିନ୍ଦା

ଭୁବନେଶ୍ୱର,୬ା୪(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ବସ୍ତି ଉଚ୍ଛେଦ ଓ ବସ୍ତିବାସିନ୍ଦାଙ୍କଙ୍କୁ ଗୋଟିଏ ଜୋନରୁ ଉଠାଇ ଅନ୍ୟ ଏକ ଜୋନକୁ ସ୍ଥାନାନ୍ତର କରୁଛନ୍ତି। କିନ୍ତୁ ବିଏମ୍‌ସି ବସ୍ତିବାସିନ୍ଦାଙ୍କ ଆଧାର ଓ ରାଶନ କାର୍ଡର ସଂଶୋଧନରେ ତତ୍ପରତା ନ ଥିବାରୁ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଲକ୍‌ ଡାଉନ୍‌ ଚାଲିଥିବାବେଳେ ଭୁବନେଶ୍ୱରରେ ବିଏମ୍‌ସି ଦ୍ୱାରା ସାଧାରଣ ବଣ୍ଟନ ଆରମ୍ଭ ହୋଇଛି। ପୋଲିସ ଭୟରେ ଯାତାୟାତ କରିପାରୁ ନ ଥିବାରୁ ବସ୍ତିବାସିନ୍ଦା ଖାଇବାକୁ ନ ପାଇ ଉପାସ ରହୁଥିବା କହିଛିନ୍ତି।
ସୂଚନାଯୋଗ୍ୟ, ରେଲୱେ ପ୍ଲାଟଫର୍ମ ସହ ଟ୍ରାକ ସମ୍ପ୍ରସାରଣ ଯୋଗୁ ଗତ ୨୦୧୩ରେ ମଧ୍ୟ ନିର୍ବାଚନମଣ୍ଡଳୀ ତଥା ବିଏମ୍‌ସି ଦକ୍ଷିଣପୂର୍ବ ଜୋନର ୩୩ ନଂ ୱାର୍ଡ (ବନଫୁଲ ବସ୍ତି)ରେ ଦୀର୍ଘବର୍ଷ ଧରି ବସବାସ କରୁଥିବା ପ୍ରାୟ ୨୦୯ ପରିବାରକୁ ଉତ୍ତର ଜୋନ ତଥା ଇନଫୋସିଟି ଥାନା ଅନ୍ତର୍ଗତ ୱାର୍ଡ-୨କୁ ସ୍ଥାନାନ୍ତର କରାଯାଇଥିଲା। ରହିବାର ୭ବର୍ଷ ବିତିଯାଇଥିଲେ ମଧ୍ୟ ସେମାନଙ୍କ ଆଧାର, ରାଶନ କାର୍ଡର ଠିକଣା ଏଯାଏ ଦକ୍ଷିଣ ପୂର୍ବ ଜୋନ୍‌ରେ ରହିଛି। କିଛିି ବସ୍ତିବାସିନ୍ଦାଙ୍କ କହିବା ମୁତାବକ, ଉକ୍ତ ଅଞ୍ଚଳରେ ରହୁଥିବା ଜଣେ ପ୍ରଭାବଶାଳୀ ରାଜନେତା ନିଜ ସପକ୍ଷରୁ ୨୦୯ ଭୋଟ ଚାଲିଯିବା ଭୟରେ କାହାରି ମଧ୍ୟ ଭୋଟ ପରିଚୟପତ୍ରକୁ ବଦଳାଉ ନାହାନ୍ତି। ଯାହାର ଫଳସ୍ବରୁପ ସେମାନେ ଏହି ସାମ୍ପ୍ରତିକ ସ୍ଥିତିରେ ଭୋକ ଉପାସରେ ରହୁଛନ୍ତି।
ଏ ନେଇ ବିଏମ୍‌ସି ଅତିରିକ୍ତ ଯୋଗାଣ ଅଧିକାରୀ (ଏସିଏସ୍‌ଓ) ବସନ୍ତ କୁମାର ପଣ୍ଡା କହିଛନ୍ତି, ବିଭାଗ ସ୍ତରରେ ଏ ସମସ୍ୟା ନେଇ ଆଲୋଚନା କରାଯାଇଛି। ଯେଉଁ ସ୍ଥାନରେ ବର୍ତ୍ତମାନ ବସ୍ତିବାସିନ୍ଦାମାନେ ଅଛନ୍ତି, ସେହି ସ୍ଥାନରୁ ହିଁ ସେମାନଙ୍କୁ ରାଶନ ମିଳିପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ ଯାନ୍ତ୍ରିକ ତ୍ରୁଟି ହେତୁ ତାକୁ କାର୍ଯ୍ୟକାରୀ କରାଯାଇପାରି ନାହିଁ। ଆଗାମୀ ଦିନରେ ଏ ନେଇ ତୁରନ୍ତ ସମାଧାନ କରାଯିବ ବୋଲି ସେ କହିଛନ୍ତି।

ସହଯୋଗର ହାତ ବଢ଼ାଇଲେ ସାଇ ମନ୍ଦିର ଟ୍ରଷ୍ଟ
ଏହି ଅବସ୍ଥାରେ ବନଫୁଲ ବସ୍ତିବାସିନ୍ଦାଙ୍କ ପାଇଁ ସାହାରା ସାଜିଛି ପଟିିଆ ସାଈ ମନ୍ଦିର ଟ୍ରଷ୍ଟ। ଲୋକଙ୍କର ଦୁର୍ଦ୍ଦଶା ଦେଖି ସାଈ ମନ୍ଦିର ଟ୍ରଷ୍ଟ ସହାୟତାରେ ପ୍ରତି ଘରକୁ ମାଗଣାରେ ଚାଉଳ, ତେଲ, ଡାଲି, ପରିବା ଦିଆଯାଇଛି। ବସ୍ତିର ସଭାପତି ଏସ୍‌ ଆପନା ରାଓଙ୍କ କହିବା ମୁତାବକ ପ୍ରଶାସନ ସେମାନଙ୍କୁ ଏଠାକୁ ଦୀର୍ଘ ୭ ବର୍ଷ ହେଲା ଆଣିଥିଲେ ମଧ୍ୟ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରିନାହିଁ। ସରକାର କହିବା ମୁତାବକ, ଘରେ ରାଶନ ସାମଗ୍ରୀ ପହଞ୍ଚାଇବେ କଥା ପାଣିର ଗାର ସଦୃଶ ହୋଇଯାଇଛି। ତୁରନ୍ତ ସେମାନଙ୍କ ପରିବାରକୁ ସହାୟତା ପ୍ରଦାନ କରା ନ ଗଲେ ଅନେକ ଲୋକ ଅନାହାରରେ ମୃତ୍ୟୁମୁଖରେ ପଡିବେ ବୋଲି ବସ୍ତିର ପ୍ରଭାକର ସରାଇ, ମାନନ ଗାୟନ, ସଞ୍ଜୁ ତରାଇ, ସିମା ତିହାଢି ପ୍ରମୁଖ କହିଛନ୍ତି।

ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri