ଖର୍ଚ୍ଚ ପରିମାଣ ପ୍ରକାଶ କଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା କେଉଁ ବିଭାଗ କେତେ ଖର୍ଚ୍ଚ କରିଛି, ସେ ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାରେ ତଥ୍ୟ ରଖିଛନ୍ତି। ବିଜେଡି ବିଧାୟକ ଭୂପିନ୍ଦର ସିଂଙ୍କ ଏକ ତାରକା ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ପୂଜାରୀ ଏହା କହିଛନ୍ତି। ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ସୁଦ୍ଧା ଗୃହ ବିଭାଗ ୨୩୪୦.୭୯ କୋଟି, ଅର୍ଥ ବିଭାଗ ୧୧୫୬୨.୮୦ କୋଟି, ସ୍କୁଲ ଓ ଗଣଶିକ୍ଷା ୬୫୪୧.୦୨, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ୨୨୫୩.୨୬, ନଗର ଉନ୍ନୟନ ୧୯୮୯.୨୪, ପଞ୍ଚାୟତିରାଜ ୪୯୧୩.୭୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଜଳସମ୍ପଦ ୨୬୩୮.୧୦ କୋଟି, କୃଷି ୪୦୨୫.୧୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।