ଖରିଫ୍‌ ବିପଣନ ଋତୁ: ୨୦୧୯-୨୦; ଧାନ ସଂଗ୍ରହ କାର୍ଯ୍ୟରେ ପୂର୍ଣ୍ଣ ସ୍ବଚ୍ଛତା ଅଣାଯିବ : ମନ୍ତ୍ରୀ

ଭୁବନେଶ୍ୱର,୨୪ା୧୦(ବ୍ୟୁରୋ)- ଚଳିତ ଖରିଫ୍‌ ବିପଣନ ଋତୁ ୨୦୧୯-୨୦ ବର୍ଷରେ ଧାନ ସଂଗ୍ରହ କାର୍ଯ୍ୟକୁ ଅନ୍‌ଲାଇନ୍‌ ମାଧ୍ୟମରେ ସ୍ବଚ୍ଛ ଏବଂ ଅଧିକ ଫଳପ୍ରଦ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି। ପଞ୍ଜିକୃତ କୃଷକମାନେ ସୁବିଧାରେ ସେମାନଙ୍କର ଧାନକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରିକରି ପାରିବେ ା ଧାନ ସଂଗ୍ରହ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରବର୍ତ୍ତିତ ୫ ‘ଟି’କୁ କଡ଼ାକଡ଼ି ଭାବରେ ପାଳନ କରାଯିବ ା ଏହା ଦ୍ୱାରା କ୍ଷୁଦ୍ର ଓ ନାମମାତ୍ର, ପ୍ରକୃତ ଓ ଭାଗଚାଷୀମାନେ ବହୁଳ ଭାବରେ ଉପକୃତ ହେବେ ବୋଲି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ା