ଖରାରେ ସିଝୁଛି ପାଲଟପୁର

ଆରଡ଼ି, ୨୧।୫(ଡି.ଏନ.ଏ.) – ଜାରି ରହିଛି ତାତି। ଅସହ୍ୟ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛନ୍ତି ଲୋକେ। ଖରା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ଲୋକେ ଘରେ ରହିପାରୁ ନାହାନ୍ତି କି ବାହାରକୁ ବାହାରି ପାରୁନାହାନ୍ତି। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ନାନ୍ଦପୁର ପଞ୍ଚାୟତ ଅଧୀନ ପାଲଟପୁର ଗଁା ଖରାରେ ସିଝୁଛି। ଫନୀ ଆସି ତାଣ୍ଡବ ରଚି ଚାଲିଗଲା। ଉପାଡ଼ି ଦେଇ ଯାଇଛି ବଡ଼ ବଡ଼ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ। ସେବେଠାରୁ ଗଁା ଅନ୍ଧାରରେ। ନୂଆ ଖୁଣ୍ଟ ପଡ଼ି ତାର ଟଣାଚାଲିଛି। କେବେ ବିଜୁଳି ଆସିବ ତାହାକୁ ଚାତକ ପରି ଚାହିଁରହିଛନ୍ତି ଗ୍ରାମବାସୀ।
ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳୁ ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଛି। ଅସହ୍ୟ ଗରମ ଓ ଗୁଳୁଗୁଳିରେ ଜନଜୀବନ ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ଏହି ଗଁାର ଲୋକସଂଖ୍ୟା ପ୍ରାୟ ୮ଶହ। ପାନୀୟଜଳ ପାଇଁ ବସିଛି ମାତ୍ର ୨ଟି ନଳକୂପ। ସକାଳୁ ରାତି ପର୍ଯ୍ୟନ୍ତ ଏହି ନଳକୂପ ମୂଳେ ଭିଡ଼ ଲାଗିରହୁଛି। ପିଲାଙ୍କଠୁ ଆରମ୍ଭ କରି ଯୁବକ ଓ ବୁଢ଼ା ସମସ୍ତେ ଏବେ ଗାଧୋଇବା ପାଇଁ ଗଁା ଦଳ ପୋଖରୀକୁ ବାଛିନେଇଛନ୍ତି। ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପୋଖରୀ ହୁଡ଼ାରେ ଥିବା ଗଛମୂଳେ ଓ ରାତିରେ ଗଁା ଦାଣ୍ଡରେ ଶୋଉଛନ୍ତି ଲୋକେ। ପୂର୍ଣ୍ଣିମା ଓ ଅମାବାସ୍ୟାରେ ଗଁାକୁ ଲାଗି ବହିଯାଇଥିବା ସାଳନ୍ଦୀ ନଦୀର ଜୁଆର ବାଡ଼ି ତଳକୁ ଚାଲିଆସେ। ଆଉ କୁମ୍ଭୀର ବି ଉଠିଆସନ୍ତି ଗଁା ଦାଣ୍ଡକୁ। ଏବେ ନଦୀପଠାରେ ଡଙ୍ଗା ବାନ୍ଧି ନିଜକୁ ସୁରକ୍ଷିତ ମଣୁଛନ୍ତି ଲୋକେ। ଗଁାରେ ୨ ଜଣ ବୃଦ୍ଧା ଅଂଶୁଘାତରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସା ପରେ ନିକଟରେ ଗଁାକୁ ଫେରିଛନ୍ତି। ପ୍ରାୟ ୧୫ ଦିନ ହେଲା ବର୍ଷା ଦାଉ ସାଧୁଛି। ବର୍ଷା ଠିକ୍‌ ଭାବେ ହେଉନି। ବିଜୁଳି ରହିଲେ ହୁଏତ କିଛିଟା ତ୍ରାହି ପାଆନ୍ତେ ଲୋକେ। ବାତ୍ୟା ଫନୀ ପାଲଟପୁରବାସୀଙ୍କ ମୁହଁରୁ ହସ ଛଡ଼ାଇ ନେଇଛି ବୋଲି ଗ୍ରାମର ପୂର୍ବତନ ଓ୍ବାର୍ଡମେମ୍ବର ନବକିଶୋର ଭୋଇ କହିଛନ୍ତି। ଅସୁରାଳି ବିଦ୍ୟୁତ୍‌ ଡିଭିଜନ କନିଷ୍ଠଯନ୍ତ୍ରୀ ପ୍ରଦୀପ କୁମାର ଦାସ କହିଛନ୍ତି, ଏହି ଗଁାର ବିଲରେ ଥିବା ସମସ୍ତ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଛି। ତାର ମଧ୍ୟ ଛିଡ଼ିଯାଇଛି। ଯେଉଁପଟେ ପୂର୍ବରୁ ବିଦ୍ୟୁତ୍‌ ତାର ଆସିଥିଲା, ସେପଟେ ଆଉ ବିଦ୍ୟୁତ୍‌ ସଂଯୋଗ ନ କରି ଶୀତଳପୁର ପାର୍ଶ୍ୱଦେଇ ଯୋଗାଇ ଦିଆଯିବ। ଏବେ ସେଠାରେ ଖୁଣ୍ଟ ପୋତା ସରିଛି। ୨ରୁ ୩ ଦିନ ମଧ୍ୟରେ ଏହି ଗ୍ରାମବାସୀ ବିଦ୍ୟୁତ୍‌ ସେବା ପାଇପାରିବେ ବୋଲି କନିଷ୍ଠଯନ୍ତ୍ରୀ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri