ଖରାଦିନେ ଦହି ଖାଇଲେ କ’ଣ ହୁଏ

ପ୍ରାୟ ସବୁ ଲୋକଙ୍କୁ ଦୁଗ୍ଧରେ ତିଆରି ଜିନିଷ ପସନ୍ଦ ହୋଇଥିବା ବେଳେ କେହି କେହି ଏହାକୁ ପସନ୍ଦ ମଧ୍ୟ କରି ନ ଥାନ୍ତି। ତେବେ ଖରାଦିନେ ଦହି ଖାଇବାକୁ ବହୁ ଲୋକ ପସନ୍ଦ କରିଥାନ୍ତି। କାରଣ ଏହା ଥଣ୍ଡା ହୋଇଥାଏ। ପ୍ରତିଦିନ ଗୋଟିଏ ଗିନା ଦହି ଖାଇବାରେ କ’ଣ ଫାଇଦା ରହିଛି ଆପଣ ଜାଣିଛନ୍ତି କି। ଯଦି ଆପଣ ସବୁଦିନ ଗୋଟିଏ ଗିନା ଦହି ଖାଇବେ, ବିଶ୍ୱାସ କରୁନ୍ତୁ ଆପଣଙ୍କୁ କୌଣସି ରୋଗ ହେବ ନାହିଁ। କାରଣ ଏଥିରେ ପ୍ରଚୁର ମାତ୍ରାରେ ପ୍ରୋଟିନ, କ୍ୟାଲସିୟମ ଓ ଭିଟାମିନ ରହିଛି।
* ବହୁ ଲୋକଙ୍କୁ ଖାଇବା ପରେ ଏସିଡିଟି ସମସ୍ୟା ଦେଖାଦେଇଥାଏ। ତେବେ ଆପଣ ନିଜ ଖାଇବାରେ ଦହିକୁ ସାମିଲ କରନ୍ତୁ। ଦହି ଖାଇବା ପରେ ଦେଖିବେ ଏହି ସମସ୍ୟା ଦୂର ହୋଇଯିବ। ଦହି ଆପଣଙ୍କ ଶରୀରର ପିଏଚ୍‌କୁ ବ୍ୟାଲେନ୍ସ କରିଥାଏ।
* ଯଦି ଆପଣଙ୍କ ଖାଇବା ନଳୀରେ ଖାଇବା ଫଶିଯାଇଛି ଓ ଆପଣଙ୍କୁ ଛାତିରେ ଜୋଳାପୋଡା ଅନୁଭବ କରିବା ସହ ବାନ୍ତି ଲାଗୁଛି ତେବେ ତୁରନ୍ତ ଦହି ଖାଇନିଅନ୍ତୁ। ଦେଖିବେ ବହୁ ଶୀଘ୍ର ଆପଣଙ୍କ ସମସ୍ୟା ଦୂର ହୋଇଯିବ।
* ନିୟମିତ ଦହି ଖାଇଲେ ହଜମ ଶକ୍ତି ବୃଦ୍ଧି ପାଇଥାଏ। ପ୍ରୋବାୟୋଟିକ ହେବା କାରଣରୁ ଦହିରେ ଭିଟାମିନ ବି-୧୨ ଓ ମାଇକ୍ରୋ ଅର୍ଗାନିଜମ୍‌ ରହିଛି। ଯାହାଫଳରେ ଏହା ପେଟ ଭିତରେ ବ୍ୟାକ୍ଟେରିଆ ବଢ଼ାଇବା ସହ ହଜମ ପ୍ରକ୍ରିୟାକୁ ତ୍ୱରାନିତ କରିଥାଏ।
* ବହୁ ଲୋକଙ୍କୁ କ୍ଷୀର ଖାଇଲେ ହଜମ ହୋଇ ନ ଥାଏ। କାରଣ ଏଥିରେ ଲେକଟୋଜର ମାତ୍ରା ଅଧିକ ରହିଥାଏ। ତେବେ ଏହିଭଳି ସମସ୍ୟା ଭୋଗୁଥିଲେ ଆପଣ କ୍ଷୀର ବଦଳରେ ଦହିକୁ ନିଜ ଖାଦ୍ୟରେ ସାମିଲ କରିପାରିବେ। କାରଣ ଦହିରେ ଆପଣଙ୍କୁ ପ୍ରଚୁର ମାତ୍ରାରେ କ୍ୟାଲସିୟମ ଓ ଅନ୍ୟ ଭିଟାମିନ୍‌ ସବୁ ମିଳିଯିବ।