୨୬ରେ ଖୋଲିବ ସ୍କୁଲ

ବ୍ରହ୍ମପୁର ଅଫିସ୍‌,୧୯ା୬: ଗତ ଦେଢ଼ ବର୍ଷ ହେବ ଗଞ୍ଜାମ ଜିଲା ଅନ୍ତର୍ଗତ ଖଲ୍ଲିକୋଟ, ପୁରୁଷୋତ୍ତମପୁର, ଛତ୍ରପୁର ଓ କବିସୂର୍ଯ୍ୟନଗର ବ୍ଲକର ବିଭିନ୍ନ ପଞ୍ଚାୟତସ୍ତରରେ ଘରୋଇ ପାଇଖାନା ନିର୍ମାଣ ଏବଂ ଏହାର ବ୍ୟବହାର ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଏଥି ସହ ବିଦ୍ୟାଳୟ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ପରିମଳ ସ୍ଥିତିର ସୁକ୍ଷାର ଆଣିବା ପାଇଁ କେତେକ ଗ୍ରାମରେ ପରିମଳ ଟାସ୍କଫୋର୍ସ କମିଟି ଏବଂ ନାଗରିକ ଗୋଷ୍ଠୀ ଗଠନ ହୋଇଛି। ଏସବୁ ଗୋଷ୍ଠୀଗୁଡ଼ିକରେ ମହିଳାଙ୍କ ସଂଖ୍ୟା ଅଧିକ। ଏଭଳି ୧୫ ନାଗରିକ ଗୋଷ୍ଠୀରୁ ପ୍ରାୟ ଶହେରୁ ଅଧିକ ମହିଳା ନିଜ ଅଞ୍ଚଳର ବିଦ୍ୟାଳୟ ପରିମଳ ସ୍ଥିତିକୁ ନେଇ କ୍ଷୋଭ ପ୍ରକାଶ ପରିଛନ୍ତି। ଏଥିରେ ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ଲିଖିତ ଆକାରରେ ଅବଗତ କରିଛନ୍ତି।
ଖରାଛୁଟି ପରେ ୨୬ ବିଦ୍ୟାଳୟ ଖୋଲିବା ପାଇଁ ବିଭାଗ ସଜବାଜ ହେଉଛି। ତେବେ ଏହା ପୂର୍ବରୁ ଉପରୋକ୍ତ ନାଗରିକ ଗୋଷ୍ଠୀର ମହିଳାମାନେ ବିଦ୍ୟାଳୟ ପରିଦର୍ଶନ କରି ପରିମଳ ସ୍ଥିତି ଅନୁଧ୍ୟାନ କରିଥିଲେ। ଦେଖିବାକୁ ମିଳିଥିଲା, ଅଧିକାଂଶ ବିଦ୍ୟାଳୟରେ ଶୌଚାଳୟ ସଫାସୁତରା ଏବଂ ପାଣି ବ୍ୟବସ୍ଥା ନାହିଁ। ବିଶେଷକରି କିଶୋରୀମାନଙ୍କ ମାସିକ ଋତୁସ୍ରାବ ସମ୍ବନ୍ଧୀୟ ପରିସ୍କାର ପରିଚ୍ଛନ୍ନତା ଆଦୌ ନାହିଁ। ବାଳିକା ଏବଂ ବାଳକଙ୍କ ପାଇଁ ପୃଥକ ଶୌଚାଳୟ ଥିଲେ ମଧ୍ୟ ସବୁ ଅଚଳାବସ୍ଥାରେ ପଡ଼ିରହିଛି। ବିଦ୍ୟାଳୟ ପରିଚାଳନା କିମିଟି, କର୍ମଚାରୀମାନେ ଏଗୁଡ଼ିକର ରକ୍ଷଣାବେକ୍ଷଣ ଦିଗରେ ଗୁରୁତ୍ୱ ଦେଉ ନ ଥିବା ନାଗରିକ ଗୋଷ୍ଠୀର ମହିଳାମାନେ ଜାଣିବାକୁ ପାଇଥିଲେ। ଏହା ପୂର୍ବରୁ ସ୍ବେଚ୍ଛାସେବୀ ସଂସ୍ଥା ୟୁଥ୍‌ ଫର୍‌ ସୋସିଆଲ୍‌ ଡେଭଲପ୍‌ମେଣ୍ଟ(ୱାଇଏସ୍‌ଡି) ପକ୍ଷରୁ ମଧ୍ୟ ଗଞ୍ଜାମ ଜିଲାର ବିଦ୍ୟାଳୟଗୁଡ଼ିକର ପରିମଳକୁ ନେଇ ସରଜମିନ ନିରୀକ୍ଷଣ କରାଯାଇଥିଲା। ବାଳିକାମାନଙ୍କ ମାସିକ ଋତୁସ୍ରାବ ଜନିତ ସଫାସୁତରା ନିମନ୍ତେ ନିମ୍ନମାନର ବ୍ୟବସ୍ଥା ରହିଛି। ମାତ୍ର ୨୫ପ୍ରତିଶତ ବିଦ୍ୟାଳୟରେ ସାବୁନ୍‌ ବ୍ୟବହାର ହେଉଛି। ବର୍ଜ୍ୟବସ୍ତୁ ପରିଚାଳନା ନିମ୍ନମାନର। ୫୨ପ୍ରତିଶତ ପ୍ରାଥମିକ ଏବଂ ୩୪ ପ୍ରତିଶତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହାତଧୁଆ ବ୍ୟବସ୍ଥା ରହିଛି। ସବୁ କ୍ଷେତ୍ରରୁ ପରିମଳ ଅବସ୍ଥା ବିପର୍ଯ୍ୟସ୍ଥ। ଖୋଦ୍‌ ଶିକ୍ଷୟିତ୍ରୀ ଶିକ୍ଷକମାନେ ପରିମଳକୁ ନେଇ ଖୁସି ନାହାନ୍ତି। ପୂର୍ବରୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତୁରନ୍ତ ଶୌଚାଳୟ ସଜାଡ଼ିବାକୁ ଖଲ୍ଲିକୋଟ ବ୍ଲକ ତୁଳସୀପୁର ପଞ୍ଚାୟତର ମହିଳା ଗୋଷ୍ଠୀର ସଦସ୍ୟା ଶାନ୍ତି ନାହାକ, ବଧିନୂଆପଲ୍ଲୀ ପଞ୍ଚାୟତର ଛବି ବାରିକଙ୍କ ସମେତ ବହୁ ମହିଳା ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri