ଖବର କାଗଜ ବିକାଳି ପିଲାକୁ ନେଇ ଏତେ ବଡ ପୋଷ୍ଟ ଲେଖିଲେ ଅମିତାଭ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ଏବେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ମଙ୍ଗଳବାର ସେ ଫେସ୍‌ବୁକରେ ଏମିତି ଏକ ପୋଷ୍ଟ ଲେଖିଛନ୍ତି ଯାହାକୁ ଏପର୍ଯ୍ୟନ୍ତ ପ୍ରାୟ ୫୫ ହଜାର ଲାଇକ୍‌ ମିଳିଥିବା ବେଳେ ୫ ହଜାର କମେଣ୍ଟ ମିଳି ସାରିଲାଣି। ‘ଏକ ମୂଲ୍ୟବାନ କାହାଣୀ’ ଶୀର୍ଷକରେ ସେ ଏହି ପୋଷ୍ଟଟି କରିଛନ୍ତି। ଏହା ଜଣେ ଖବର କାଗଜ ବିକାଳି ପିଲାଙ୍କ କାହାଣୀ। ଯାହାକୁ ବଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ବିଲ୍‌ ଗେଟ୍ସ ଶୁଣାଇଥିଲେ। ତା’ର ହିନ୍ଦୀ ଅନୁବାଦକୁ ଅମିତାଭ ତାଙ୍କ ଫେସ୍‌ବୁକରେ ପୋଷ୍ଟ କରିଛନ୍ତି। ଦିନେ ବିଲ୍‌ ଗେଟ୍ସଙ୍କୁ କେହି ପଚାରିଥିଲେ ଆପଣଙ୍କଠାରୁ କେହି ଧନୀ ବ୍ୟକ୍ତି ଏ ବିଶ୍ୱରେ ଅଛନ୍ତି କି। ସେ ଉତ୍ତର ଦେଇଥିଲେ ହଁ, ମୋଠାରୁ ଜଣେ ଧନୀ ବ୍ୟକ୍ତି ଏ ବିଶ୍ୱରେ ଅଛନ୍ତି। ସେ କହିଛନ୍ତି ଯେତେବେଳେ ମୁଁ ବିଶ୍ୱର ଧନୀ ତାଲିକାରେ ନ ଥିଲି ସେତେବେଳେ ମୁଁ ନ୍ୟୁୟର୍କ ବିମାନ ବନ୍ଦରରେ ସକାଳୁ ସକାଳୁ ଗୋଟିଏ ଖବର କାଗଜ କିଣିବାକୁ ଯିବା ସମୟରେ ମୋ ପାଖରେ ଖୁଚୁରା ଟଙ୍କା ନ ଥିଲା। ଫଳରେ ମୁଁ ଖବର କାଗଜ ନ କିଣି ଫେରି ଆସୁଥିବା ସମୟରେ ଖବର କାଗଜ ବିକ୍ରି କରୁଥିବା ଛୋଟ ପିଲାଟିଏ ମୋତେ ଖଣ୍ଡେ କାଗଜ ବଢାଇ ଦେଇ କହିଥିଲେ ଏଇଟା ମୁଁ ଆପଣଙ୍କୁ ମାଗଣାରେ ଦେଉଛି ନିଅନ୍ତୁ। ଏହାପରେ ମୁଁ ଖବର କାଗଜ ଖଣ୍ଡକ ନେଇ ଚାଲି ଆସିଥିଲି। ଆଉ ଦିନେ ଏହି ଘଟଣାର ପୁନରାବୃତ୍ତି ହୋଇଥିଲା। ମୋ ପାଖରେ ଖୁରୁଚା ଟଙ୍କା ନ ଥିବାରୁ ମୁଁ ଖବର କାଗଜ ନ ଆଣିବାକୁ ଚାହୁଁଥିବା ବେଳେ ପିଲାଟି ମୋତେ ଖଣ୍ଡେ କାଗଜ ଆଣି ଦେଇଥିଲେ। ହେଲେ ମୁଁ ନେବାକୁ ମନା କରିବାରୁ ପିଲାଟି ଉତ୍ତରରେ କହିଥିଲେ ଏହା ମୋ ଲାଭ ଟଙ୍କା। ମୁଁ ଯଦି ଆପଣଙ୍କୁ ଏହା ମାଗଣାରେ ଦିଏ ତେବେ ମୋର କିଛି କ୍ଷତି ହେବ ନାହିଁ। ଏହାପରେ ଗେଟ୍ସ ସେହି ଖବର କାଗଜଟିକୁ ନେଇ ଆସିଥିଲେ। ସମୟ କ୍ରମେ ସେ ଯେତେବେଳେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ପାଲଟି ଗଲେ ସେତେବେଳେ ସେ ସେହି ଖବର କାଗଜ ବିକାଳି ପିଲାଟିକୁ ଖୋଜିଲେ। ଦୀର୍ଘ ଦେଢ ମାସ ପରେ ସେ ପିଲାଟିକୁ ଖୋଜି ପାଇଲେ। ଆଉ କହିଲେ ମୋତେ ଚିହ୍ନି ପାରୁଛ। ପିଲାଟି ଉତ୍ତର ଦେଇଥିଲା ହଁ ଆପଣ ବିଲ୍‌ ଗେଟ୍ସ। ମୁଁ ୨ ଥର ଅପାଣଙ୍କୁ ମାଗଣାରେ ଖବର କାଗଜ ଦେଇଥିଲି। ଯାହା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ସେ କହିଲେ ଏବେ ତୁମେ ଯାହା କହିବ ମୁଁ ତାହା ତୁମ ପାଇଁ କରିଦେବି। ହେଲେ ପିଲାଟି କହିଲା ଯେତେବେଳେ ମୁଁ ଆପଣଙ୍କୁ ମାଗଣାରେ ଖବର କାଗଜ ଦେଇଥିଲି ସେତେବେଳେ ଆପଣ ମୋତେ ଏ କଥା ପଚାରି ନ ଥିଲେ। ହେଲେ ଏବେ ଧନୀ ହେବା ପରେ ଆପଣ କ’ଣ ମୋ କାମର ଉଚିତ୍‌ ମୂଲ୍ୟ ଦେଇ ପାରିବେ। ସେତେବେଳେ ଗେଟ୍ସ ଅନୁଭବ କରିଥିଲେ କି ଏ ବିଶ୍ୱରେ ମୋଠାରୁ ବି ଜଣେ ଧନୀ ବ୍ୟକ୍ତି ଅଛନ୍ତି। ଆଉ ସେ ହେଉଛନ୍ତି ଏହି ଖବର କାଗଜ ବିକାଳି ପିଲାଟି। ତେଣୁ କାହାକୁ ସାହାଯ୍ୟ କରିବାକୁ ହେଲେ ଧନୀ ହେବା ଜରୁରୀ ନୁହେଁ। ମନରେ ଧନୀ ହେଲେ ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରିପାରିବ। ଅମିତାଭଙ୍କ ଏହି ପୋଷ୍ଟଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri