Categories: ଜାତୀୟ

ଖବରଦାତା ପ୍ରଶାନ୍ତଙ୍କୁ ମୁକ୍ତ କରିବାକୁ ଯୋଗୀ ସରକାରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୧।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରିଥିବା ବିବାଦୀୟ ଲେଖା ଅଭିଯୋଗରେ ଖବରଦାତା ପ୍ରଶାନ୍ତ କନୌଜିଆଙ୍କୁ ଗିରଫ କରାଯାଇଥିଲା। ତେବେ ଏହାର ବିଚାର କରି ପ୍ରଶାନ୍ତଙ୍କୁ ମୁକ୍ତ କରିବା ଲାଗି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ଏହାର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ରାୟ ଦେଇଛନ୍ତି। ଏହାଦ୍ୱାରା ନାଗରିକ ଅଧିକାରର ଉଲ୍ଲଂଘନ ହେଉଥିବା କୋର୍ଟ କହିଛନ୍ତି। ଆପତ୍ତିଜନକ ମାମଲାର ବିଚାର କରାଯାଇପାରେ ମାତ୍ର ଏନେଇ ଗିରଫ କରାଯିବା ଉଚିତ ନୁହେଁ ବୋଲି କୋର୍ଟ ପ୍ରକାଶ କରିଛନ୍ତି।

Share