Categories: ଜାତୀୟ

ଖବରଦାତାଙ୍କ ବେଶରେ ଯୋଗୀଙ୍କ ଉପରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ: ଗୁଇନ୍ଦା ବିଭାଗ

ଲକ୍ଷ୍ନୌ,୧୪।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ଭୟ ରହିଛି। ଖବରଦାତା ବେଶରେ ଆତଙ୍କବାଦୀ ଗୋରଖପୁରର ଗୋରଖନାଥଙ୍କ ମନ୍ଦିର ବା ଭିଆଇପି ଗତିବିଧି ସମୟରେ ଯୋଗୀଙ୍କ ଉପରେ ଆକ୍ରମଣ କରିପାରନ୍ତି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି। ଗୁଇନ୍ଦା ବିଭାଗ ଏନେଇ ଉତ୍ତରପ୍ରଦେଶ ପୋଲିସ ପାଇଁ ଏକ ଆଲର୍ଟ ଜାରି କରିଛି। ଏହାପରେ ଗୋରଖନାଥ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଆଲର୍ଟ ପରେ ଏବେ ପୋଲିସ ଖବରଦାତାଙ୍କ ପାଇଁ ନୂଆ ପରିଚୟ ପତ୍ର ଜାରି କରିବାକୁ ନିଷ୍ପତ୍ତି ନେଇଛି। ଏହି ପରିଚୟ ପତ୍ର ସେମାନଙ୍କୁ ଦିଆଯିବ ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିସହ କାର୍ଯ୍ୟକ୍ରମ ସମୟରେ ଖବରଦାତା ମୁଖ୍ୟମନ୍ତ୍ରୀଙ୍କ ସହ ଦୂରତା ରକ୍ଷା କରିବେ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗୋରଖପୁରରେ ଖବରଦାତା ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପହଞ୍ଚିବା ସହଜ ହୋଇଥିବାରୁ ଆତଙ୍କବାଦୀ ଏହାର ଲାଭ ଉଠାଇପାରନ୍ତି ବୋଲି ଜଣାପଡ଼ିଛି।

Share