ଖବରକାଗଜ ଶିଳ୍ପକୁ ବଞ୍ଚାଅ: କେନ୍ଦ୍ରକୁ ଅନୁରୋଧ କଲା ଆଇଏନ୍‌ଏସ୍‌

ନୂଆଦିଲ୍ଲୀ,୧୫ା୪: ଲକ୍‌ଡାଉନ୍‌ ହେତୁ ଦେଶରେ ଆର୍ଥିକ ସଙ୍କଟ ଘନେଇବାରେ ଲାଗିଛି। କରୋନା ମାଡ଼ରେ ଖବରକାଗଜ ଶିଳ୍ପ ବହୁଳ ପ୍ରଭାବିତ ହୋଇଛି। ଅଦୃଶ୍ୟ ଭାଇରସ୍‌ ଖବରକାଗଜକୁ ମିଳୁଥିବା ବିଜ୍ଞାପନ ରାଜସ୍ବକୁ ସମ୍ପୂର୍ଣ୍ଣ ରୂପେ ଖାଇଗଲାଣି। ଏଥିଲାଗି ଏହି ଶିଳ୍ପକୁ ଅଚଳାବସ୍ଥାରୁ ଉଦ୍ଧାର କରିବା ପାଇଁ ଭାରତୀୟ ଖବରକାଗଜ ସୋସାଇଟି (ଆଇଏନ୍‌ଏସ୍‌) କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି।
ଆଇଏନ୍‌ଏସ୍‌ ପକ୍ଷରୁ କେନ୍ଦ୍ରକୁ ଲେଖାଯାଇଥିବା ଏକ ପତ୍ରରେ ଦୁଇବର୍ଷ ପାଇଁ ଟାକ୍ସ ଛାଡ଼ ଓ ନ୍ୟୁଜ୍‌ପ୍ରିଣ୍ଟ ଉପରେ ଆମଦାନୀ ଶୁଳ୍କକୁ ହଟାଇବା ଲାଗି ଦାବିକୁ ଦୋହରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, କରୋନା ଭାଇରସ୍‌ ମୁଦ୍ରଣ ଶିଳ୍ପକୁ ତିନିଗୁଣା ପ୍ରଭାବିତ କରିଛି। ବିଜ୍ଞାପନ ହାର ଦ୍ରୁତଗତିରେ କମିବାରେ ଲାଗିଛି। ଏହାସହ ନ୍ୟୁଜ୍‌ପ୍ରିଣ୍ଟ ଉପରେ ଆମଦାନୀ ଶୁଳ୍କ ଅଭୂତପୂର୍ବ ସ୍ଥିତି ସୃଷ୍ଟି କରିଛି। ଫଳରେ ଘରୋଇ ଖବରକାଗଜ ଶିଳ୍ପ ଖୁବ୍‌ କମ୍‌ ସମୟ ମଧ୍ୟରେ ଭୁଶୁଡ଼ିଯିବାର ଦ୍ୱାରଦେଶରେ ଛିଡ଼ା ହୋଇଛି। ଏସବୁକୁ ଦୃଷ୍ଟିରେ ରଖି ଆଇଏନ୍‌ଏସ୍‌ ପକ୍ଷରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଏହି ସଙ୍କଟରୁ ଖବରକାଗଜ ଶିଳ୍ପକୁ ମୁକ୍ତ କରିବା ଲାଗି ଅନୁରୋଧ କରାଯାଇଛି। ମନ୍ତ୍ରଣାଳୟ ସଚିବ ରବି ମିତ୍ତଲ କହିଛନ୍ତି, ଲକ୍‌ଡାଉନ୍‌ ଯୋଗୁ ବିଜ୍ଞାପନ ରାଜସ୍ବ ମିଳୁ ନ ଥିବାବେଳେ ଇନ୍‌ପୁଟ୍‌ କଷ୍ଟ୍‌ ଓ ନ୍ୟୁଜ୍‌ପ୍ରିଣ୍ଟ ଉପରେ ଇମ୍ପୋର୍ଟ ଡ୍ୟୁଟି ବଢ଼ିବାରେ ଲାଗିଥିବାରୁ ଖବରକାଗଜ ଶିଳ୍ପ ଏକ ଅଭୂତପୂର୍ବ ସଙ୍କଟର ସମ୍ମୁଖୀନ ହେଉଛି। ଫଳରେ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସେମାନଙ୍କ ଖବରକାଗଜ ପୃଷ୍ଠାଗୁଡ଼ିକୁ କମ୍‌ କରିବା ପାଇଁ ବାଧ୍ୟ ହେଉଛନ୍ତି। ଏପରି କି ସାପ୍ତାହିକ ସପ୍ଲିମେଣ୍ଟଗୁଡ଼ିକୁ ମଧ୍ୟ ମୁଖ୍ୟ ସଂସ୍କରଣ ସହ ମିଶାଇ ଦେଇଛନ୍ତି। ଏହି ପଦକ୍ଷେପ ସତ୍ତ୍ୱେ ଖବରକାଗଜ ସଂସ୍ଥାଗୁଡ଼ିକୁ ପ୍ରତିଦିନ ବହୁ କ୍ଷତି ସହିବାକୁ ପଡ଼ୁଛି ବୋଲି ଆଇଏନ୍‌ଏସ୍‌ ଉକ୍ତ ଚିଠିରେ ଉଲ୍ଲେଖ କରିଛି। ତେଣୁ ଅନେକ ଛୋଟ ଓ ମଧ୍ୟମ ଧରଣର ଖବରକାଗଜ ସେମାନଙ୍କ ପ୍ରକାଶନ ବନ୍ଦ କରିଦେଇଥିବାବେଳେ ଆଉ କେତେକେ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତି ଲାଗିରହିଲେ ଅନେକ ଗଣମାଧ୍ୟମ ସଂସ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ଖବରକାଗଜ ଶିଳ୍ପ ଓ ପ୍ରିଣ୍ଟିଂ ପ୍ରେସ୍‌ ସହ ଜଡ଼ିତ ବହୁସଂଖ୍ୟକ କର୍ମଚାରୀ, ବିତରକ, ବିକ୍ରେତା ଏବଂ ସେମାନଙ୍କ ପରିବାର ପ୍ରଭାବିତ ହେବେ। ଏସବୁକୁ ଦୃଷ୍ଟିରେ ରଖି ନ୍ୟୁଜ୍‌ପ୍ରିଣ୍ଟ ଉପରେ ୫% ଆମଦାନୀ ଶୁଳ୍କ ହ୍ରାସ କରି ପ୍ରତି ଷ୍ଠାନର ଦୁଇବର୍ଷ ପାଇଁ ଟିକସ ଛାଡ଼ କରିବା ଏବଂ ଡିଏଭିପି ବିଜ୍ଞାପନରେ ୫୦% ବୃଦ୍ଧି ପାଇଁ ଆଇଏନ୍‌ଏସ୍‌ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି। ଏହାସହ ପ୍ରିଣ୍ଟ ମିଡିଆ ପାଇଁ ୧୦୦% ବଜେଟ ବୃଦ୍ଧି ଲାଗି ମଧ୍ୟ ଉକ୍ତ ପତ୍ରରେ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri