ଖଣି ଅଞ୍ଚଳର ବିକାଶ ହିସାବ ମାଗିଲେ ସିଇସି

ଭୁବନେଶ୍ୱର,୩୦-୧୦(ବ୍ୟୁରୋ):ରାଜ୍ୟର ଖଣିଜ ସମ୍ପଦ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର କି କି ପ୍ରଳକ୍ପ କାର୍ଯ୍ୟକାରୀ କରିଛନ୍ତି। ଲୋକମାନଙ୍କୁ ତାହା କେତେ ଫାଇଦା ଦେଇଛି। ଅଞ୍ଚଳର ବିକାଶ ଲାଗି ଖଣିରୁ ଆଦାୟ ହେଉଥିବା ଅର୍ଥର କିଭଳି ବିନିଯୋଗ ହୋଇଛି ତାହା ଜାଣିବାକୁ କେନ୍ଦ୍ରୀୟ କ୍ଷମତାସମ୍ପନ୍ନ କମିଟି(ସିଇସି) ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ଆସନ୍ତା ନଭେମ୍ବର ୨ ଯାଏ କମିଟିର ଅଧ୍ୟକ୍ଷ ପି.ଭି. ଜୟକ୍ରିଷ୍ଣନ, ମେମ୍ବର ସେକ୍ରେଟାରି ଅମରନାଥ ସେଟ୍ଟୀ, ସଦସ୍ୟ ଏସ.କେ. ପଟ୍ଟନାୟକ ଏବଂ ମହେନ୍ଦ୍ର ବ୍ୟାସ ଓଡ଼ିଶା ଖଣିଜ ସମ୍ପଦ ଅଞ୍ଚଳ ବିକାଶ ନିଗମ(ଓଏମ୍‌ବିଏଡିସି) ଦ୍ୱାରା କରାଯାଇଥିବା ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବେ।
ଭୁବନେଶ୍ୱରରେ ପହଞ୍ଚିବା ପରେ ସିଇସି ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଓଏମ୍‌ବିଏଡିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଉମା ନନ୍ଦୁରୀ ଏବଂ ବିଭିନ୍ନ ବିଭାଗର ସଚିବଙ୍କ ସହ ଆଲୋଚନା କରିଛନ୍ତି। ୮ ଖଣିଜ ସମ୍ପଦ ଜିଲାରେ ଓଏମ୍‌ବିଏଡିସି ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକର ସ୍ଥିତି ବିଷୟରେ ସିଇସି ଆଲୋଚନା କରିଥିଲେ। ସେହି ଜିଲାଗୁଡିକ ହେଲା ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼। କେଉଁ ଜିଲାରେ କେଉଁ ପ୍ରକଳ୍ପ ବାବଦରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେ ସବୁର ହିସାବ ମାଗିଥିଲେ। ଓଏମ୍‌ବିଏଡିସି ମୁଖ୍ୟ କାର୍ଯ୍ୟନିର୍ବାହୀ ନନ୍ଦୁରୀ ଖର୍ଚ୍ଚ ଓ ପ୍ରକଳ୍ପର ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରତ୍ୟେକ ପ୍ରକଳ୍ପକୁ ତନ୍ନତନ୍ନ କରି କମିଟି ସମୀକ୍ଷା କରିଥିଲେ। ରାଜ୍ୟ ସରକାର ସମସ୍ତ ପ୍ରକଳ୍ପ ସୁପ୍ରିମ୍‌କୋର୍ଟଙ୍କ ଗାଇଡ୍‌ଲାଇନ୍ସ ଅନୁସାରେ କରୁଥିବାରୁ ସିଇସି ସନ୍ତୋଷ ବ୍ୟକ୍ତ କରିଛନ୍ତି।
କାମ୍ପା ପାଣ୍ଠିରୁ ୮ ଜିଲାର ୨୯ ବ୍ଲକ ୧୨୧ ପଞ୍ଚାୟତର ୬୯୧ ଗ୍ରାମରେ ୮୬୯ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିବା ରାଜ୍ୟ ସରକାର ସିଇସିଙ୍କୁ ଜଣାଇଥିଲେ। ଏହି ପାଣ୍ଠିରେ ପାନୀୟ ଜଳ, ଗୃହ ନିର୍ମାଣ, ଦକ୍ଷତା ବିକାଶ, ନର୍ସରି ଆଦି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ସିଇଓ ନନ୍ଦୁରୀ ବୈଠକରେ କହିଥିଲେ, ଓଏମ୍‌ବିଏଡିସି ଅନୁଦାନରୁ ୨୯ ହଜାର ୮୨୯ ପକ୍କାଘର ନିର୍ମାଣ କରାଯାଇଥିବା ବେଳେ ୨୪୪ ପାନୀୟ ଜଳ ପ୍ରକଳ୍ପ ଏବଂ ୨୦୦ ଅନୁସୂଚିତ ଜାତି ଓ ଜନଜାତି ଯୁବତୀ ଯୁବକଙ୍କୁ ଆତ୍ମନିର୍ଭରଶୀଳ ପାଇଁ ଦକ୍ଷତା ବିକାଶ ତାଲିମ ଦିଆଯାଇଛି। ଏଥିପାଇଁ ପ୍ରାୟ ୮୬୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ରାଜ୍ୟ ସରକାରଙ୍କ ନିକଟରେ ଓଏମ୍‌ବିଏଡିସି ପାଣ୍ଠିରେ ପ୍ରାୟ ୧୬ ହଜାର କୋଟି ଟଙ୍କା ରହିଛି।
ସୂଚନାଯୋଗ୍ୟ ଯେ ପାଣ୍ଠିର ବିନିଯୋଗ କିଭଳି ହେଉଛି ତାହା ତଦାରଖ କରିବାକୁ ସୁପ୍ରିମ୍‌କୋର୍ଟ ପୂର୍ବରୁ ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓଭରସାଇଟ ଅଥରିଟି କମିଟି ଗଠନ କରିଥିଲେ। କମିଟି ଗତ ଫେବୃୟାରୀରେ ଓଏମ୍‌ବିଏଡିସି ପାଣ୍ଠିରୁ ୧୦ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଥିଲେ। ଏଥିରେ ପାନୀୟ ଜଳ, ସ୍ବାସ୍ଥ୍ୟ, ଗୃହନିର୍ମାଣ ଏବଂ ଗ୍ରାମ୍ୟ ରାସ୍ତା ନିର୍ମାଣ ଆଦି ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଦେଓରଞ୍ଜନ ସିଂ ଗଣମାଧ୍ୟମକୁ କହିଛନ୍ତି ଯେ, ସିଇସି ବୁଧବାର କେନ୍ଦୁଝର ଓ ଗୁରୁବାର ମୟୂରଭଞ୍ଜ ଜିଲାର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବେ ଏବଂ ତଥ୍ୟ ସଂଗ୍ରହ କରି ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri