ଖଣି ଅଞ୍ଚଳର ବିକାଶ ହିସାବ ମାଗିଲେ ସିଇସି

ଭୁବନେଶ୍ୱର,୩୦-୧୦(ବ୍ୟୁରୋ):ରାଜ୍ୟର ଖଣିଜ ସମ୍ପଦ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର କି କି ପ୍ରଳକ୍ପ କାର୍ଯ୍ୟକାରୀ କରିଛନ୍ତି। ଲୋକମାନଙ୍କୁ ତାହା କେତେ ଫାଇଦା ଦେଇଛି। ଅଞ୍ଚଳର ବିକାଶ ଲାଗି ଖଣିରୁ ଆଦାୟ ହେଉଥିବା ଅର୍ଥର କିଭଳି ବିନିଯୋଗ ହୋଇଛି ତାହା ଜାଣିବାକୁ କେନ୍ଦ୍ରୀୟ କ୍ଷମତାସମ୍ପନ୍ନ କମିଟି(ସିଇସି) ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ଆସନ୍ତା ନଭେମ୍ବର ୨ ଯାଏ କମିଟିର ଅଧ୍ୟକ୍ଷ ପି.ଭି. ଜୟକ୍ରିଷ୍ଣନ, ମେମ୍ବର ସେକ୍ରେଟାରି ଅମରନାଥ ସେଟ୍ଟୀ, ସଦସ୍ୟ ଏସ.କେ. ପଟ୍ଟନାୟକ ଏବଂ ମହେନ୍ଦ୍ର ବ୍ୟାସ ଓଡ଼ିଶା ଖଣିଜ ସମ୍ପଦ ଅଞ୍ଚଳ ବିକାଶ ନିଗମ(ଓଏମ୍‌ବିଏଡିସି) ଦ୍ୱାରା କରାଯାଇଥିବା ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବେ।
ଭୁବନେଶ୍ୱରରେ ପହଞ୍ଚିବା ପରେ ସିଇସି ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଓଏମ୍‌ବିଏଡିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଉମା ନନ୍ଦୁରୀ ଏବଂ ବିଭିନ୍ନ ବିଭାଗର ସଚିବଙ୍କ ସହ ଆଲୋଚନା କରିଛନ୍ତି। ୮ ଖଣିଜ ସମ୍ପଦ ଜିଲାରେ ଓଏମ୍‌ବିଏଡିସି ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକର ସ୍ଥିତି ବିଷୟରେ ସିଇସି ଆଲୋଚନା କରିଥିଲେ। ସେହି ଜିଲାଗୁଡିକ ହେଲା ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼। କେଉଁ ଜିଲାରେ କେଉଁ ପ୍ରକଳ୍ପ ବାବଦରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେ ସବୁର ହିସାବ ମାଗିଥିଲେ। ଓଏମ୍‌ବିଏଡିସି ମୁଖ୍ୟ କାର୍ଯ୍ୟନିର୍ବାହୀ ନନ୍ଦୁରୀ ଖର୍ଚ୍ଚ ଓ ପ୍ରକଳ୍ପର ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରତ୍ୟେକ ପ୍ରକଳ୍ପକୁ ତନ୍ନତନ୍ନ କରି କମିଟି ସମୀକ୍ଷା କରିଥିଲେ। ରାଜ୍ୟ ସରକାର ସମସ୍ତ ପ୍ରକଳ୍ପ ସୁପ୍ରିମ୍‌କୋର୍ଟଙ୍କ ଗାଇଡ୍‌ଲାଇନ୍ସ ଅନୁସାରେ କରୁଥିବାରୁ ସିଇସି ସନ୍ତୋଷ ବ୍ୟକ୍ତ କରିଛନ୍ତି।
କାମ୍ପା ପାଣ୍ଠିରୁ ୮ ଜିଲାର ୨୯ ବ୍ଲକ ୧୨୧ ପଞ୍ଚାୟତର ୬୯୧ ଗ୍ରାମରେ ୮୬୯ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିବା ରାଜ୍ୟ ସରକାର ସିଇସିଙ୍କୁ ଜଣାଇଥିଲେ। ଏହି ପାଣ୍ଠିରେ ପାନୀୟ ଜଳ, ଗୃହ ନିର୍ମାଣ, ଦକ୍ଷତା ବିକାଶ, ନର୍ସରି ଆଦି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ସିଇଓ ନନ୍ଦୁରୀ ବୈଠକରେ କହିଥିଲେ, ଓଏମ୍‌ବିଏଡିସି ଅନୁଦାନରୁ ୨୯ ହଜାର ୮୨୯ ପକ୍କାଘର ନିର୍ମାଣ କରାଯାଇଥିବା ବେଳେ ୨୪୪ ପାନୀୟ ଜଳ ପ୍ରକଳ୍ପ ଏବଂ ୨୦୦ ଅନୁସୂଚିତ ଜାତି ଓ ଜନଜାତି ଯୁବତୀ ଯୁବକଙ୍କୁ ଆତ୍ମନିର୍ଭରଶୀଳ ପାଇଁ ଦକ୍ଷତା ବିକାଶ ତାଲିମ ଦିଆଯାଇଛି। ଏଥିପାଇଁ ପ୍ରାୟ ୮୬୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ରାଜ୍ୟ ସରକାରଙ୍କ ନିକଟରେ ଓଏମ୍‌ବିଏଡିସି ପାଣ୍ଠିରେ ପ୍ରାୟ ୧୬ ହଜାର କୋଟି ଟଙ୍କା ରହିଛି।
ସୂଚନାଯୋଗ୍ୟ ଯେ ପାଣ୍ଠିର ବିନିଯୋଗ କିଭଳି ହେଉଛି ତାହା ତଦାରଖ କରିବାକୁ ସୁପ୍ରିମ୍‌କୋର୍ଟ ପୂର୍ବରୁ ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓଭରସାଇଟ ଅଥରିଟି କମିଟି ଗଠନ କରିଥିଲେ। କମିଟି ଗତ ଫେବୃୟାରୀରେ ଓଏମ୍‌ବିଏଡିସି ପାଣ୍ଠିରୁ ୧୦ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଥିଲେ। ଏଥିରେ ପାନୀୟ ଜଳ, ସ୍ବାସ୍ଥ୍ୟ, ଗୃହନିର୍ମାଣ ଏବଂ ଗ୍ରାମ୍ୟ ରାସ୍ତା ନିର୍ମାଣ ଆଦି ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଦେଓରଞ୍ଜନ ସିଂ ଗଣମାଧ୍ୟମକୁ କହିଛନ୍ତି ଯେ, ସିଇସି ବୁଧବାର କେନ୍ଦୁଝର ଓ ଗୁରୁବାର ମୟୂରଭଞ୍ଜ ଜିଲାର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବେ ଏବଂ ତଥ୍ୟ ସଂଗ୍ରହ କରି ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦୀ ଟାର୍ଗେଟ୍‌ରେ ରାଜଧାନୀ: ବଢିଲା ସୁରକ୍ଷା

ନୂଆଦିଲ୍ଲୀ,୨୧।୨: ସୁରକ୍ଷା ଏଜେନ୍ସିଗୁଡ଼ିକ ପୁଣି ଥରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ସତର୍କତା ଜାରି କରିଛନ୍ତି। ଗୋଇନ୍ଦା ସୂତ୍ରରୁ ଜଣାପଡିଛି ଯେ, ଲସ୍କର-ଏ-ତୋଇବା (LeT) ଆତଙ୍କବାଦୀମାନେ ଲାଲକିଲ୍ଲା…

ବୁଲେଟକୁ ଧକ୍କା ଦେଲା ବାଇକ: ଆଉ ତା’ପରେ…

ଭଞ୍ଜନଗର,୨୧।୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସମ୍ମୁଖରେ ଶନିବାର ସକାଳେ ଏକ ବୁଲେଟ ଗାଡ଼ି ସହ ବାଇକ ମଧ୍ୟରେ ଧକ୍କା ହୋଇଛି।…

ଜମିରେ ପଡ଼ିଛି ମୃତଦେହ, ଉପରେ ପଡ଼ିଛି ସାଇକେଲ, ହତ୍ୟା ଅଭିଯୋଗ ଆଣି…

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର ): ଦେବଗଡ଼ ଜିଲା ବାରକୋଟ ଥାନା ଦଣ୍ଡାସିଂହା ଗ୍ରାମ ନିକଟ ରାସ୍ତାକଡ଼ରୁ ଏକ ମୃତଦେହ ଜବତ ହୋଇଛି। ମୃତକ ଦଣ୍ଡାସିଂହା ଗ୍ରାମର ଶଙ୍କର…

ଗାଁରେ ଭୂତ ଭୟ ଘଟଣା, ଜିଲା ପ୍ରଶାସନ ସଚେତନ…..

ରାୟଗଡ଼ା,୨୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲାସ୍ତରୀୟ ଡାହାଣୀ ପ୍ରଥା ନିଷେଧ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି…

କିସ୍‌ ହଷ୍ଟେଲ୍‌ରୁ ମିଳିଲା ଜଣେ ଛାତ୍ରଙ୍କ ମୃତଦେହ: ବଢୁଛି ସନ୍ଦେହ

ଭୁବନେଶ୍ୱର,୨୧।୨(ତ୍ରିନାଥ ମହାନ୍ତି):ଇନ୍‌ଫୋସିଟି ଥାନା ଅନ୍ତର୍ଗତ କିସ୍‌(କଳିଙ୍ଗ ଇନ୍‌ଷ୍ଟଚ୍ୟୁଟ୍‌ ଅଫ୍‌ ସୋସିିଆଲ ସାଇନ୍ସ)ରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଛାତ୍ର ହେଲେ ଚନ୍ଦନ ସବର। ତାଙ୍କ…

ବାଇକକୁ ପିଟିଲା ଟ୍ରକ, ଚାପି ହୋଇ ବାଇକ ଆରୋହୀଙ୍କ ଜୀବନ ଗଲା

ବାଲେଶ୍ୱର, ୨୧।୨( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ଦଣ୍ଡିକା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି…

ଧସିଲା ଜଳସେଚନ ବିଭାଗର ସର୍ବପୁରାତନ କେନାଲ ବ୍ରିଜ୍‌, ଯାତାୟାତ ଠପ୍‌

ଜୟପୁର,୨୧।୨(ପବନ ପାଣିଗ୍ରାହୀ): ଜଳସେଚନ ବିଭାଗର ଏହି ସର୍ବପୁରାତନ କେନାଲ ବ୍ରିଜ ଧସିଯାଇଛି । ଫଳରେ ଜୟପୁର ସହରରୁ ବାରିଣୀପୁଟ ପଞ୍ଚାୟତର ଅନେକ ଗାଁକୁ ଯାତାୟତ ଠପ୍ ହୋଇଯାଇଛି…

ନାଣ୍ଡୁ ଆଣିଥିଲେ ବନ୍ଧୁକ, ଚଳାଇଲେ ଉତ୍କଳ କେଶରୀ

କଟକ,୨୧।୨(କାର୍ତ୍ତିକ ସାହୁ):କଟକ ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡ଼ା ଗୁଳିକାଣ୍ଡ ମାମଲାରେ କମିଶନରେଟ ପୋଲିସ ୫ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ହୁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri