ଖଣି ଅଞ୍ଚଳରେ ଛାତ୍ରୀଛାତ୍ରଙ୍କ ସ୍ବତନ୍ତ୍ର ବସ୍‌ ସେବା ବିପର୍ଯ୍ୟସ୍ତ : ଫିଟ୍‌ନେସ୍‌ ନ ଥିବା ବସ୍‌ରେ କରୁଛନ୍ତି ଯାତ୍ରା

କାଳିଆପାଣି,୧୩ା୯(ଡି.ଏନ୍‌.ଏ.)- ସୁକିନ୍ଦା ଖଣି ଅଞ୍ଚଳରେ କଲେଜ ଛାତ୍ରୀଛାତ୍ରଙ୍କ ଯାତାୟତ ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ବସ୍‌ ସେବା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ ହୋଇଛି। ଏଠାରେ ଖଣି ମାଲିକଙ୍କ ଅର୍ଥରେ ୩ଟି ବସ୍‌ ଛାତ୍ରୀଛାତ୍ରଙ୍କ ଯାତାୟାତ ପାଇଁ ବ୍ୟବହାର କରାଯାଉଛି। ସେଥିରୁ ଗୋଟିଏର ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନ ଥିବାବେଳେ ୧୫ରୁ ଊର୍ଦ୍ଧ୍ୱ ବର୍ଷ ହେବ ବସ୍‌ଟି ଅଞ୍ଚଳରେ ଛାତ୍ରୀଛାତ୍ରଙ୍କୁ ନବାଆଣିବା କରୁଥିବା ଜଣାପଡିଛି। ନୂତନ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ସବୁଠି ଆଇନକୁ କଡ୍ଡାକଡି ପାଳନ କରାଯାଉଛି। ହେଲେ ଛାତ୍ରୀଛାତ୍ରଙ୍କ ଯାତାୟାତରେ ବ୍ୟବହୃତ ଉକ୍ତ ବସ୍‌ ବର୍ତ୍ତମାନ ପର୍ଯ୍ୟନ୍ତ ଆଇନ ପରିଧି ଭିତରେ ନ ଆସିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପ୍ରକାଶ ଯେ, କାଳିଆପାଣି ଖଣି ଅଞ୍ଚଳରେ କଲେଜ ପ୍ରତିଷ୍ଠା କରିବାକୁ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ୨୦୧୬ରେ ଏକ କମିଟି ଗଠନ କରିଛନ୍ତି। ଏହି କମିଟି ଅଞ୍ଚଳରେ କଲେଜ ପ୍ରତିଷ୍ଠା କରିବା ଦିଗରେ କାର୍ଯ୍ୟ କରୁଛି। ତେବେ କଲେଜ ପ୍ରତିଷ୍ଠା ହେବା ଯାଏ ସ୍ଥାନୀୟ ଅଞ୍ଚଳର ଛାତ୍ରୀଛାତ୍ରଙ୍କୁ ଯାତାୟାତ ସୁବିଧା ଯୋଗାଇବାକୁ ସେତେବେଳେ ପ୍ରାଥମିକସ୍ତରରେ ୧ ବସ୍‌ ସେବା ଆରମ୍ଭ ହୋଇଥିଲା। ସମୟକ୍ରମେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବଢିବାରୁ ଅଞ୍ଚଳର ସମସ୍ତ କମ୍ପାନୀଙ୍କ ମିଳିତ ଅର୍ଥରେ ଆଉ ୨ ବସ୍‌ ଚଳାଯାଉଛି। ସେଥିରୁ ଗୋଟିଏ ବସ୍‌ କାଳିଆପାଣି ଦେଇ ଚିତିରି କଲେଜକୁ ଯାଉଥିବା ବେଳେ ଅନ୍ୟ ୨ଟି ମଙ୍ଗଳପୁର ଦେଇ ସୁକିନ୍ଦା ଓ ହରିପୁର କଲେଜକୁ ଯାଉଛି। ହେଲେ ସୁକିନ୍ଦା କଲେଜକୁ ଯାଉଥିବା ବହୁପୁରାତନ ବସ୍‌ଟିରେ ନୂତନ ରଙ୍ଗ ଲଗାଯାଇ ବ୍ୟବହାର କରାଯାଉଛି। ଯେଉଁଥିରେ କଂସ, କାଳିଆପାଣି, ଚିଙ୍ଗୁଡ଼ିପାଳ, ରାଁସୋଳ ଅଞ୍ଚଳର ଆଦିବାସୀ ଅଧ୍ୟୁସିତ ପଞ୍ଚାୟତର ବହୁ ଛାତ୍ରଛାତ୍ରୀ ଯାତାୟାତ କରୁଛନ୍ତି। ବସ୍‌ଟି ବହୁ ସମୟରେ ଖରାପ ହୋଇ ରାସ୍ତାରେ ପଡ଼ିରହୁଥିବା ବେଳେ ରିସୋଲ ଟାୟାର ଲଗାଯାଇଛି। ଗତ କିଛି ଦିନ ତଳେ ଉକ୍ତ ବସ୍‌ର ଆଗ ଟାୟର ଫାଟିଯିବାରୁ ଛାତ୍ରୀଛାତ୍ର ଅଳ୍ପକେ ଦୁର୍ଘଟଣାରୁ ବତଯାଇଥିଲେ। କିନ୍ତୁ ରାସ୍ତାରେ ଟାୟାର ଫାଟିବାରୁ କେତେଜଣ ଛାତ୍ରୀଛାତ୍ର ଚାଲିଚାଲି କଲେଜ ଯାଇଥିବାବେଳେ ଆଉ କେତେଜଣ ଟ୍ରେକ୍‌ରେ ବସି ଯାଇଥିଲେ। ଏ ନେଇ କଲେଜ କମିଟି ସଭାପତି ପ୍ରଭାତ ପ୍ରଧାନଙ୍କୁ ପଚାରିବାରୁ, ବସ୍‌ ଦାୟିତ୍ୱ ଏବେ କମିଟି ହାତରେନାହିଁ। ବସ୍‌ ଚଳାଚଳ କଣ୍ଟ୍ରାକ୍ଟର ବୁଝୁଛନ୍ତି। ତେବେ ଦେଖାଦେଇଥିବା ସମସ୍ୟା ବାବଦରେ ବିଧାୟକଙ୍କୁ ଜଣାଇବେ ବୋଲି କହିଛନ୍ତି। ଏ ସମ୍ପର୍କରେ ଚଣ୍ଡିଖୋଲ ଆର୍‌ଟିଓ ଅଧିକାରୀଙ୍କ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri