ଖଣିବନ୍ଦ ଆନ୍ଦୋଳନ ଜାରି: ୬ ଦିନ ହେଲା ଉତ୍ତୋଳନ, ପରିବହନ ଠପ୍‌

ତାଳଚେର,୩୧ା୭(ନି.ପ୍ର.)-୫ ଦଫା ଦାବି ନେଇ ଭାଜପା ପକ୍ଷରୁ ତାଳଚେର କୋଲ୍‌ ଫିଲଡସରେ ଖଣି ବନ୍ଦ ଆନ୍ଦୋଳନ ଜାରି ରହିଛି। ଫଳରେ ୬ ଦିନ ଧରି ଏମ୍‌ସିଏଲ୍‌ର ଏଠାରେ ଥିବା ହିଙ୍ଗୁଳା, ବଳରାମ, ଜଗନ୍ନାଥ, ଲିଙ୍ଗରାଜ, ଭୁବନେଶ୍ୱରୀ, ଭରତପୁର, ଅନନ୍ତ କୋଇଲା ଖଣି ଓ କଣିହଁା ସମେତ ୧୦ ଗୋଟି ଖଣିରୁ କୋଇଲା ଉତ୍ତୋଳନ ସହ ପରିବହନ ଠପ୍‌ ହୋଇଯାଇଛି। ନାଲ୍‌କୋ, ଏନ୍‌ଟିପିସି, ଟିଟିପିଏସ୍‌ ସହ ରାଜ୍ୟ ବାହାରକୁ କୋଇଲା ଯୋଗାଣ ମଧ୍ୟ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି।
ଭରତପୁର କୋଇଲା ଖଣିରେ ମାଟି ଅତଡା ଧସିବା ପରେ ଜୁଲାଇ ୨୫ ଠାରୁ ଭାଜପା ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ, ପରିବାରର ଜଣଙ୍କୁ ନିଯୁକ୍ତି, ଠିକାସଂସ୍ଥା ଓ ଏମ୍‌ସିଏଲ୍‌ ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ, ତାଳଚେର କୋଲ୍‌ ଫିଲଡସରେ କାର୍ଯ୍ୟରତ ସମସ୍ତ ଶ୍ରମିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଦାବି ରହିଛି। ଭାଜପା ସାଧାରଣ ସମ୍ପାଦକ କାଳନ୍ଦୀ ସାମଲଙ୍କ ନେତୃତ୍ୱରେ ସଦସ୍ୟମାନେ ଏହି ଆନ୍ଦୋଳନ ଚଳାଇଛନ୍ତି। ଆନ୍ଦୋଳନକାରୀ ସକାଳ ଠାରୁ ବିଭିନ୍ନ କୋଇଲା ଖଣିର ଜେନେରାଲ ମ୍ୟାନେଜରଙ୍କ ଅଫିସ, ପ୍ରକଳ୍ପ ଅଧିକାରୀଙ୍କ ଅଫିସ, ଟାଇମ୍‌ ଅଫିସ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଖଣି କାର୍ଯ୍ୟକୁ ବନ୍ଦ କରାଉଛନ୍ତି। ସୂଚନାଯୋଗ୍ୟ ଯେ, ତାଳଚେର କୋଲ୍‌ ଫିଲଡସରୁ ଦୈନିକ ୨ଲକ୍ଷ ୧୦ ହଜାର ଟନ କୋଇଲା ଉତ୍ତୋଳନ ହୋଇଥାଏ। ସେହିପରି ଦୈନିକ ୫୦ରୁ ଊର୍ଦ୍ଧ୍ୱ ର଼୍ୟାକ୍‌ ଯୋଗେ କୋଇଲା ରାଜ୍ୟ ଓ ରାଜ୍ୟ ବହାରକୁ ପଠାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri