ନୂଆଦିଲ୍ଲୀ,୧୭।୫-ଦେଶର ଖଣିଜ ଉତ୍ତୋଳନ କ୍ଷେତ୍ରରେ ଏଫ୍ଡିଆଇ ଆକୃଷ୍ଟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି କ୍ଷେତ୍ରରେ ଅଭିବୃଦ୍ଧି ଏବଂ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ଲାଗି ଷ୍ଟେଟ ଅଫ୍ ଆର୍ଟ ଟୋକ୍ନୋଲୋଜି ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି। ନିରନ୍ତର ଉତ୍ତୋଳନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ମୁକ୍ତ ଏବଂ ସ୍ବଚ୍ଛ ନିଲାମ ପ୍ରକ୍ରିୟାରେ ୫୦୦ ଖଣିଜ ବ୍ଲକ ନିଲାମ କରିବାକୁ ଯୋଜନା ରଖାଯାଇଛି। ଏହି ଯୋଜନା ଅନ୍ତର୍ଗତ ବକ୍ସାଇଟ ଏବଂ ଖୋଇଲା ଖଣି ମିଳିତ ଭାବେ ନିଲାମ ହୋଇ ପାରିବ। ଉକ୍ତ ନିଷ୍ପତ୍ତି ଦ୍ୱାରା ଆଲୁମିନିୟମ ଶିଳ୍ପରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ହେବା ସହ ବିଦ୍ୟୁତ୍ ଖର୍ଚ୍ଚ କମିବା ଦିଗରେ ଯୋଗଦାନ ରଖିବ। ଖଣି କ୍ଷେତ୍ରରେ ସଂସ୍କାର ଦ୍ୱାରା କ୍ୟାପ୍ଟିଭ ଏବଂ ଅଣ କ୍ୟାପ୍ଟିଭ ଖଣି ମଧ୍ୟରେ ରହିଥିବା ପାର୍ଥକ୍ୟ ଦୂର ହେବ। ଖଣି ଏବଂ ଉତ୍ପାଦନ କ୍ଷେତ୍ରରେ ଦକ୍ଷତା ଲାଗି ବ୍ୟବହାର ହୋଇପାରୁ ନ ଥିବା ବଳକା ଖଣିଜକୁ ବିକ୍ରି ପାଇଁ ପଦକ୍ଷେପ ନିଆଯିବ। ଖଣି ଲିଜ୍କୁ ମଧ୍ୟ ଟ୍ରାନ୍ସଫର କରାଯାଇପାରିବ। ବିଭିନ୍ନ ଖଣିଜ ଲାଗି ଖଣି ମନ୍ତ୍ରଣାଳୟ ବର୍ତ୍ତମାନ ମିନେରାଲ ଇଣ୍ଡେକ୍ସ ପ୍ରସ୍ତୁତ କରୁଛି। ମାଇନିଂ ଲିଜ୍ ପ୍ରଦାନ କ୍ଷେତ୍ରରେ ଦେବାକୁ ପଡୁଥିବା ଷ୍ଟାମ୍ପ ଡ୍ୟୁଟି କ୍ଷେତ୍ରରେ ମଧ୍ୟ ହ୍ରାସ ହେବ ବୋଲି ଜଣାପଡିଛି।
ପୁଣି ଟ୍ରେନ୍ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…
ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...
ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ
ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...
ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ
ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...
Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ
ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...
8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍
ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...
ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…
ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍ କରିଛି, ଯେଉଁଥିରେ...
କ୍ଷମା ମାଗିଲେ ଲଲିତ ମୋଦି
ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...
୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP
ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...
Archives


