ଖଇରା ବ୍ଲକରୁ ଆଉ ୯ ପଜିଟିଭ ଚିହ୍ନଟ: ଅଛନ୍ତି ବ୍ଲକ କର୍ମଚାରୀ, ସଂଗରୋଧ କେନ୍ଦ୍ରର ରେଷେୟା

ଖଇରା,୧୨।୫(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକର ଆଉ ୯ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୋମବାର ସନ୍ଧ୍ୟାରେ ଜଣାପଡ଼ିଛି। ଏଥିମଧ୍ୟରେ ସାରୁଗାଁ, ଡଗରପଡ଼ା, ନନ୍ଦୁର, ଜଳଦା, ସୁଣ୍ଢିରା,ବାରିଙ୍ଗିଆ ଗ୍ରାମର ବ୍ୟକ୍ତି ରହିଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଖଇରା ବ୍ଲକ କର୍ମଚାରୀ ଓ ଅନ୍ୟ ଜଣେ ସଂଗରୋଧ କେନ୍ଦ୍ରରେ ଖାଦ୍ୟ ପ୍ରସ୍ତୁତକରି ଦେଉଥିବା ବ୍ୟକ୍ତି ରହିଛନ୍ତି ଜଣାପଡ଼ିଛି।
ଗତ ୫ଦିନ ତଳେ ସାରୁଗାଁ, ସାଦିକପୁର, ସୁଣ୍ଢିରାଠାରେ ଥିବା ଅସ୍ଥାୟୀ ଚିକିତ୍ସା ଶିବିରରୁ ଏହି ସ୍ବାବ ନମୁନା ସଂଗ୍ରହ କରାଯାଇଥିଲା।