ଖଇରମାଳରୁ ୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର

ମନମୁଣ୍ଡା,୫।୭(ଡି.ଏନ୍‌.ଏ.): ବୌଦ୍ଧ ଜିଲା ମନମୁଣ୍ଡା ରେଞ୍ଜ ଖଇରମାଳ ଗ୍ରାମରୁ ଶୁକ୍ରବାର ଏକ ୧୦ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି। ଗାଁ ନିକଟସ୍ଥ ବିଲରେ ମାଛ ଧରିବା ପାଇଁ ଜାଲ ବିଛାଯାଇଥିଲା। ସାପଟି ମାଛ ଖାଇବାକୁ ଉକ୍ତ ଜାଲ ନିକଟକୁ ଯାଉଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏ ନେଇ ଗ୍ରାମବାସୀ ମନମୁଣ୍ଡା ଫରେଷ୍ଟର ବିଜୟ କୁମାର ଆଚାର୍ଯ୍ୟଙ୍କୁ ଖବର ଦେଇଥିଲେ। ଫରେଷ୍ଟର ଆଚାର୍ଯ୍ୟ ସାପ ଧରାଳୀ ବାସୁ ମେହେରଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ॥ ପରେ ସାପକୁ ପେନାଯୋର ସଂରକ୍ଷିତ ଜଙ୍ଗଲରେ ଛାଡ଼ିଦିଆଯାଇଥିବା ଜଣାପଡ଼ିଛି।