କ୍ୱାରାଣ୍ଟାଇନ ସେଣ୍ଟରରୁ ଖସି ପାଲାଇଥିଲେ ଯୁବକ, ଧରିଲା ପୋଲିସ

ଝାରସୁଗୁଡ଼ା ଅଫିସ,୫।୫: ଝାରସୁଗୁଡ଼ା ସହର ବିଟିଏମ୍‌ ଛକସ୍ଥିତ ଏକ କ୍ବାରାଣ୍ଟାଇନ ସେଣ୍ଟରରୁ ସୋମବାର ସକାଳେ ଜଣେ ଯୁବକ ଖସି ପଲାଇଥିଲେ। ତେବେ ସୋମବାର ବିଳମ୍ବିତ ରାତିରେ ଝାରସୁଗୁଡା ପୋଲିସ ତାଙ୍କୁ ବଢ଼େଇମୁଣ୍ଡା ଅଞ୍ଚଳରୁ ଧରିବାରେ ସକ୍ଷମ ହୋଇଛି। ସେ ହେଲେ ଅସିଦ ଖାନ୍‌। ତେବେ ତାଙ୍କ ନାମରେ ବହୁ ଅପରାଧିକ ମାମଲା ରହିଥିବାରୁ ସେ ଖସି ପଳେଇବା ପୋଲିସର ଚିନ୍ତା ବଢ଼ାଇ ଦେଇଥିଲା।
ସୂଚନା ମୁତାବକ, ପ୍ରାୟ ୧୦ ଦିନ ତଳେ ରାଉରକେଲା ନାଲା ରୋଡ ଅଞ୍ଚଳରୁ ଅସିଦ ଆସି ଝାରସୁଗୁଡା ସହରାଞ୍ଚଳର ସରବେର୍ଣ୍ଣାରେ ଲୁଚି ରହିଥିଲେ। ଏହାକୁ ସ୍ଥାନୀୟ ଲୋକଙ୍କ ବିରୋଧ ପରେ ବିଟିଏମ୍‌ ଫାଣ୍ଡି ପୋଲିସ ତାକୁ ନେଇ ବିଟିଏମ୍‌ ସ୍କୁଲ ପରିସରରେ ଥିବା କ୍ୱାରଣ୍ଟାଇନ ସେଣ୍ଟରରେ ରଖିଥିଲା। ଅସିଦଙ୍କର ସ୍ବାବ ଟେଷ୍ଟ ପାଇଁ ପଠାଯାଇଥିବା ଜଣାପଡ଼ିଛି।