କ୍ୱାରାଣ୍ଟାଇନ ଶେଷ ପରେ ଗାଁରେ ପହଞ୍ଚାଇଲାନି ପ୍ରଶାସନ: ରାତିରେ ଅଧାରାସ୍ତାରେ ଛାଡ଼ିଗଲେ ଡ୍ରାଇଭର

ମାଲକାନଗିରି,୪ା୫(ଡି.ଏନ୍‌.ଏ.) : କରୋନା ଭୂତାଣୁର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣକରି ଚାଲିଛନ୍ତି। ମାଲକାନଗିରି ଜିଲା ପ୍ରଶାସନ ଏହି ନିୟମକୁ କଡ଼ାକଡ଼ି ପାଳନ କରୁଛି। ବାହାର ରାଜ୍ୟରୁ ଆସୁଥିବା ଶ୍ରମିକଙ୍କୁ ସଙ୍ଗରୋଧ ଗୃହରେ ୧୪ ଦିନ ରଖିବା ପରେ ଛଡ଼ାଯାଉଛି। ତେବେ ସଙ୍ଗରୋଧ ଗୃହରେ ଧାର୍ଯ୍ୟ ସମୟ ବିତାଇବା ପରେ କେତେଜଣ ଶ୍ରମିକଙ୍କୁ ସେମାନଙ୍କ ଗ୍ରାମକୁ ପଠାଇବା କ୍ଷେତ୍ରରେ ପ୍ରଶାସନ ପଦକ୍ଷେପ ନେଉନି। ଏପରି ଦେଖିବାକୁ ମିଳିଛି ଜିଲାର ମହାରାଜପାଲି ପଞ୍ଚାୟତ ଏମ୍‌ପିଭି-୮୧ ସରକାରୀ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ଥିବା ଶ୍ରମିକମାନଙ୍କ କ୍ଷେତ୍ରରେ। ଖବରରୁ ଜଣାପଡ଼ିଛି ଖଇରପୁଟ ବ୍ଲକ କଦମଗୁଡ଼ା ପଞ୍ଚାୟତ ପୁରିଗୁଡ଼ା ଗ୍ରାମର ହାଡି କିର୍ଷାନ,ଲକ୍ଷ୍ମୀ କିର୍ଷାନି, ମାଥିଲି ବ୍ଲକ ସାଲିମି ପଞ୍ଚାୟତର ରତନ ନାୟକ, ଆନ୍ଧ୍ରର ବିଜୟୱାଡା ଏବଂ କୋରୁକୋଣ୍ଡା ବ୍ଲକ ତାର୍ଲାକୋଟା ପଞ୍ଚାୟତ ଏମ୍‌ଭି-୩୭ ଗ୍ରାମର ହୀରାମଣି ବିଶ୍ୱାସ ହାଇଦ୍ରାବାଦ କାମ କରିବାକୁ ଯାଇଥିଲେ। ଲକ୍‌ଡାଉନ୍‌ ଘୋଷଣା ପରେ ସେମାନେ ଗ୍ରାମକୁ ଫେରିପାରି ନ ଥିଲେ। ପାଖରେ ଥିବା ଅର୍ଥ ଖର୍ଚ୍ଚ ହୋଇଯିବା ପରେ ଚଳିବା ପାଇଁ ଅସୁବିଧାରେ ପଡ଼ିଥିଲେ। ବାଧ୍ୟ ହୋଇ ନିଜ ଗ୍ରାମକୁ ଚାଲିଚାଲି ଆସୁଥିବା ବେଳେ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମୋଟୁଠାରେ ଯାଞ୍ଚ ବେଳେ ସେମାନଙ୍କୁ ଅଟକରଖାଯାଇ ପରେ ମହାରାଜପାଲି ସଙ୍ଗରୋଧ ଗୃହରେ ରଖାଯାଇଥିଲା। ରବିବାର ସେମାନଙ୍କ ୧୪ଦିନ ଅବଧି ଶେଷହେବା ପରେ ଏକ ଗାଡ଼ିରେ ନିଜ ଗ୍ରାମକୁ ପଠାଯାଇଥିଲା। ତେବେ ରାତି ସାଢେ୧୦ଟାରେ ଗାଡ଼ି ଡ୍ରାଇଭର ସେମାନଙ୍କୁ ମାଲକାନଗିରି ବାଲିମେଳା ଛକରେ ଓହ୍ଳାଇ ଦେଇ ପଳାଇଥିଲେ। ଏ ସମ୍ପର୍କରେ ଜିଲା ପ୍ରଶାସନକୁ ଅବଗତ କରାଇ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ମାଲକାନଗିରି ଥାନା ଭାରପ୍ରାପ୍ତ ନିରୀକ୍ଷକ ରାମପ୍ରସାଦ ନାଗ ଖବର ପାଇ ସେମାନଙ୍କୁ ରହିବା ଲାଗି ବ୍ୟବସ୍ଥା କରିଥିଲେ। ସୋମବାର ସେମାନଙ୍କୁ ଗାଡ଼ି ବ୍ୟବସ୍ଥା କରି ନିଜ ଗ୍ରାମକୁ ପଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri