କ୍ୱାରାଣ୍ଟାଇନ ପାଇଁ ନିଜ ଅଫିସ ଯୋଗାଇଦେଲେ ଗୌରୀ- ଶାହାରୁଖ

ମୁମ୍ବାଇ: କରୋନା ଭାଇରସର ସଂକ୍ରମଣକୁ ରୋକିବାକୁ ରାଜନେତା ଠାରୁ ନେଇ ସେଲିବ୍ରିଟି ପର୍ଯ୍ୟନ୍ତ ଟେଲି କଳାକାରଠାରୁ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଆଗେଇ ଆସିଛନ୍ତି। ଏବେ ଏହି କ୍ରମରେ ବଲିଉଡ ବାଦଶାହା ଶାହାରୁଖ ଖାଁ ଓ ତାଙ୍କ ଧର୍ମପତ୍ନୀ ଗୌରୀ ଖାଁ ଆଗେଇ ଆସିଛନ୍ତି। ସେଲିବ୍ରିଟି ଭାବେ ପ୍ରଥମଥର ପାଇଁ ଗୌରୀ- ଶାହାରୁଖ ତାଙ୍କ ପର୍ସନାଲ ଅଫିସକୁ ସାଧାରଣ ଜନତାଙ୍କ ବ୍ୟବହାର ପାଇଁ ଖୋଲି ଦେଇଛନ୍ତି। ବିଶେଷ କରି ଶିଶୁ, ମହିଳା ଓ ବରିଷ୍ଠ ନାଗରିକଙ୍କ କ୍ୱାରାଣ୍ଟାଇନ ପାଇଁ ସେମାନେ ଉକ୍ତ ଅଫିସକୁ ସାଧାରଣ ଜନତାଙ୍କ ବ୍ୟବହାର ପାଇଁ ଖୋଲି ଦେଇଥିବା କହିଛନ୍ତି। ବିଏମସି ପକ୍ଷରୁ ଟୁଇଟ କରି ଏହା ଜଣାଇ ଦିଆଯାଇଥିବା ବେଳେ ରେଡ ଚିଲି ଏଣ୍ଟରଟେନମେଣ୍ଟ ପକ୍ଷରୁ ଏହାକୁ ରିଟୁଇଟ କରାଯାଇଛି। ଗୌରୀ- ଶାହାରୁଖ ତାଙ୍କ ୪ ମହଲା ବିଶିଷ୍ଟ ପର୍ସନଲ ଅଫିସକୁ ସାଧାରଣ ଜନତାଙ୍କ ବ୍ୟବହାର ପାଇଁ ଖୋଲି ଦେଇଥିବାରୁ ବିଏମସି ଶୁଭେଚ୍ଛା ଜଣାଇଛି।

Share