କ୍ୱାରାଣ୍ଟାଇନ୍‌ ହବି

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ପାଇଁ ଏବେ ସମସ୍ତେ ଭିଡ଼ିଓ କନ୍‌ଫରେନ୍ସିଂ କଲ୍‌ ଉପରେ ନିର୍ଭରଶୀଳ। ଏ ସମୟରେ ଜୁମ୍‌ ବମ୍ବିଂରେ ଜଣେ ବ୍ୟକ୍ତି ଜୋକର ଭଳି ପୋଷାକ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି। ଲକ୍‌ଡାଉନ୍‌ ପାଇଁ ଘରେ ରହି ସେ ଏଭଳିଭାବେ ପୋଷାକ ପିନ୍ଧି ଭିନ୍ନ ରୂପ ଦେବାକୁ ଚାହିଁଛନ୍ତି। ଜୁମ୍‌ କନ୍‌ଫରେନ୍ସ କଲ୍‌ରେ ଏଭଳି ଫନି ପୋଷକ ପିନ୍ଧିଥିବାର ଫଟୋକୁ ସୋସିଆଲ୍‌ ମିଡିଆରେ ପୋଷ୍ଟକରି ସମସ୍ତଙ୍କୁ ଜଣାଇଛନ୍ତି ତାଙ୍କ ସ୍ତ୍ରୀ। ତାଙ୍କ କହିବା ଅନୁସାରେ ଜୁମ୍‌ କନ୍‌ଫରେନ୍ସ କଲ୍‌ ସମୟରେ ତାଙ୍କ ସ୍ବାମୀଙ୍କର ଏଭଳି ପୋଷାକ ପିନ୍ଧିବା ଏବେ କ୍ୱାରେନ୍‌ଣ୍ଟାଇନ୍‌ ହବି ପାଲଟିଛି। ସେଥିପାଇଁ ସେ ବିଭିନ୍ନ ସମୟରେ ଅଲଗା ଅଲଗା ପ୍ରକାରର ପୋଷାକ ପିନ୍ଧୁଛନ୍ତି। କେବେ ସ୍ପାଇଡର୍‌ ମ୍ୟାନ ଭଳି ତ କେବେ ବାଦୁଡ଼ି ଅଥବା ଜୋକରଙ୍କ ଭଳି ପୋଷାକ ପିନ୍ଧି ସମସ୍ତଙ୍କୁ କନ୍‌ଫରେନ୍ସ କଲ୍‌ କରୁଛନ୍ତି। ଲକ୍‌ଡାଉନ୍‌ ପୂର୍ବରୁ ବି ସେ ଅନେକ ସମୟରେ ଅବଜ ଢଙ୍ଗରେ ପୋଷାକ ପିନ୍ଧିବାକୁ ଭଲ ପାଉଥିଲେ। ଏବେ ସବୁବେଳେ ଘରେ ରହି କାମ କରୁଥିବାରୁ ତାଙ୍କର ଏହି ଅଭ୍ୟାସ ଆହୁରି ଅଧିକ ବଢ଼ିଯାଇଛି ବୋଲି ଭିଡିଓ ପୋଷ୍ଟ କରିଥିବା ତାଙ୍କ ସ୍ତ୍ରୀ ସୂଚନା ଦେଇଛନ୍ତି। ତାଙ୍କର ଅଜବ ପୋଷାକକୁ ଦେଖି ଲୋକେ ଖୁବ୍‌ ହସନ୍ତି ବୋଲି ସେ ଏଭଳି ପିନ୍ଧିବାକୁ ଇଛା କରୁଥିବା ବ୍ୟକ୍ତି ଜଣକ କହିଛନ୍ତି। ଏମିତିକି ଗୋଟିଏ ପ୍ରକାରର ପୋଷାକ ଦେଖିବା ପରେ ପୁଣି ଅନ୍ୟ ଏକ ରୂପରେ ପିନ୍ଧିବା ପାଇଁ ଅନେକ ପ୍ରସ୍ତାବ ବି ଦିଅନ୍ତି। ତେବେ ଯାହା ହେଉ ବ୍ୟକ୍ତିଜଣକ ନିଜର ଏଭଳି ପୋଷାକ ପାଇଁ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛନ୍ତି।

Share