କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ପଶିଲା ବର୍ଷା ପାଣି

ସଜନାଗଡ଼, ୨୮।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡର କାଣ୍ଡଗରଡ଼ିହି ପଞ୍ଚାୟତ ବାବା ପଞ୍ଚଲିଙ୍ଗେଶ୍ୱର ମହାବିଦ୍ୟାଳୟରେ ହୋଇଥିବା କ୍ୱାରଣ୍ଟାଇନ୍‌ କେନ୍ଦ୍ରରେ ଗୁରୁବାର ପୂର୍ବାହ୍ନରେ ବର୍ଷାପାଣି ପଶିଯିବାରୁ ସେଠାରେ ରହୁଥିବା ପ୍ରବାସୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏ ସମ୍ପର୍କରେ ପ୍ରବାସୀମାନେ କେନ୍ଦ୍ରର ନୋଡ଼ାଲ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଅସନ୍ତୋଷ ପ୍ରକାଶ କରି ପ୍ରବାସୀମାନେ ଔପଦା ବିଡ଼ିଓଙ୍କୁ ଜଣାଇଛନ୍ତି। ଏହି ଘଟଣାା ତଦନ୍ତ କରାଯିବା ସହ ପ୍ରବାସୀମାନଙ୍କ ରହିବା ପାଇଁ ସୁବିଧା କରାଯିବ ବୋଲି ବିଡିଓ କହିଛନ୍ତି।
ଏହି କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ କୌଣସି କବାଟ ଝରକା ନ ଥିବାବେଳେ ପ୍ଲାଷ୍ଟର ମଧ୍ୟ ହୋଇନାହଁି। ଗୋଟିଏ ପାଖରେ ସିମେଣ୍ଟ ରଖାଯାଇଥିବା ବେଳେ ଅନ୍ୟପାଖରେ କ୍ୱାରାଣ୍ଟାଇନ୍‌ କେନ୍ଦ୍ର କରାଯାଇ ପ୍ରବାସୀମାନଙ୍କୁ ରଖାଯାଇଛି। ଗୁରୁବାର କବାଟ, ଝରକା ଦେଇ ବର୍ଷାପାଣି ପଶିବାରୁ ତଳେ ବିଛା ହୋଇଥିବା ବିଛଣା ଓଦା ହୋଇଯାଇଥିଲା।