କ୍ୱାରାଣ୍ଟାଇନ୍‌ରେ ରହିଲେ ୩ ଜଣ

ଆସିକା,୨୨ା୪(ଡି.ଏନ୍‌.ଏ.): ଆସିକା ବ୍ଲକ ଓ ଏନ୍‌ଏସି ଇଲାକାକୁ ମଙ୍ଗଳବାର ବିଭିନ୍ନ ସ୍ଥାନରୁ ଆସିଥିବା ୩ ଜଣଙ୍କୁ ପ୍ରଶାସନ ପକ୍ଷରୁ ହୋମ କ୍ୱାରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ା କେନ୍ଦୁଝର ଜିଲା ବଡବିଲରୁ ଜଣେ ବ୍ୟକ୍ତି କଲେଜ ଛକକୁ ଆସିଥିବା ସୂଚନା ମିଳିବା ପରେ କ୍ୱାରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବିଡିଓ ପ୍ରଦୀପ କୁମାର ପଣ୍ଡା ସୂଚନା ଦେଇଛନ୍ତି ା ସେହିପରି ଆସିକା ଏନଏସି ଇଲାକାକୁ କୃଷି ବିଭାଗର ୨ କର୍ମଚାରୀ ଭୁବନେଶ୍ୱରରୁ ଆସିଥିବା ଖବର ମିଳିବାରୁ ସେମାନଙ୍କୁ ମଧ୍ୟ ହୋମ କ୍ୱାରେନଟାଇନରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଥିବା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା ସୂଚନା ଦେଇଛନ୍ତି ା