କ୍ୱାରାଣ୍ଟାଇନ୍‌ରେ ନିଜାମୁଦ୍ଦିନ ଧାର୍ମିକ ସମାବେଶରେ ଯୋଗଦେଇ ଫେରିଥିବା ୩ ଓଡ଼ିଆ

ଭୁବନେଶ୍ୱର,୩୧।୩(ବ୍ୟୁରୋ): ନୂଆଦିଲ୍ଲୀର ନିଜାମୁଦ୍ଦିନଠାରେ ହୋଇଥିବା ଧାର୍ମିକ ସଭାରେ କିଛି ଓଡ଼ିଆ ସାମିଲ ହୋଇଥିଲେ। ଏଯାବତ୍‌ ୩ଜଣଙ୍କ ବିଷୟରେ ସରକାର ଅବଗତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଏଥିସହ ସେମାନଙ୍କର ପରିବାରବର୍ଗକୁ ମଧ୍ୟ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ସେହିଭଳି ଅନ୍ୟମାନଙ୍କୁ ଟ୍ରାକ୍‌ କରିବାକୁ ଚେଷ୍ଟା କରାଯାଉଥିବା ମଙ୍ଗଳବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।