କ୍ୱରାଣ୍ଟାଇନ୍‌ ସେଣ୍ଟରରେ ଖାଇବା ମିଳୁନି: ଘରୁ ଖାଦ୍ୟ ଆସିଲେ ଖାଉଛନ୍ତି ଶ୍ରମିକ

ପାତ୍ରପୁର,୧୮ା୪(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀସ୍ଥିତ ପରାଙ୍କୁଶ ବିଦ୍ୟାପୀଠରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ଜଣେ ଦାଦନ ଶ୍ରମିକଙ୍କୁ ଖାଦ୍ୟ ମିଳୁ ନ ଥିବା ଅଭିଯୋଗ ହୋଇଛି। ସେ ବୁଧବାର ଆନ୍ଧ୍ରରୁ ଗ୍ରାମକୁ ଫେରିଥିବାବେଳେ ତାଙ୍କୁ ସାମନ୍ତିଆପଲ୍ଲୀ ସ୍ଥିତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା। ହେଲେ ପ୍ରଶାସନ ତରଫରୁ ଖାଦ୍ୟ ଦିଆଯାଉ ନ ଥିବାରୁ ପରିବାର ଲୋକେ ଘରୁ ଖାଦ୍ୟ ଆଣିଲେ ସେ ଖାଉଛନ୍ତି। ଏନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଯୁଧିଷ୍ଠିର ସାହୁଙ୍କୁ ପଚାରିବାରୁ ଜଣକୁ ଖାଦ୍ୟ ଯୋଗାଇବା କଷ୍ଟକର, ତେଣୁ ପ୍ରତ୍ୟେକ ଦିନର ଖାଦ୍ୟ ବାବଦକୁ ଯାହା ଟଙ୍କା ହେବ ଶେଷରେ ଦିଆଯିବ ବୋଲି କହିଛନ୍ତି।